୨୪ ଦିନରେ କୃଷକ ଆନ୍ଦୋଳନ, ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ଖୋଲା ଚିଠି

Advertisment

ଆଜି ମଧ୍ୟପ୍ରଦେଶ ଚାଷୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ, ନଡ୍ଡା-ଶାହ-ତୋମାର ବୈଠକ

ଆଜି ମଧ୍ୟପ୍ରଦେଶ ଚାଷୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ, ନଡ୍ଡା-ଶାହ-ତୋମାର ବୈଠକ

୨୪ ଦିନରେ କୃଷକ ଆନ୍ଦୋଳନ, ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ଖୋଲା ଚିଠି

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ଆଜି ୨୩ ଦିନରେ ପହଞ୍ଚିଛି। ଏତେଦିନ ପରେ ବି ସମାଧାନର ପନ୍ଥା ବାହାରିପାରୁନି। କୃଷି ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି କୃଷକ ସଂଗଠନ ଦାବି କରୁଥିବାବେଳେ ସରକାର ନିଜ ଜିଦରେ ଅଟଳ ରହିଛନ୍ତି। ଆଜି ଦିଲ୍ଲୀର ଗାଜିପୁର ସୀମାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଗାଜିଆବାଦରୁ ଦିଲ୍ଲୀ ଯାତାୟତ କରୁଥିବା ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଦିଲ୍ଲୀ-ହରିୟାଣା ସୀମାର ଟିକ୍ରିଠାରେ ହଜାର ହଜାର ସଂଖ୍ୟାରେ କୃଷକ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର କୃଷି ଆଇନ ପ୍ରତ୍ୟାହାର ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଗଠନମାନେ ଘୋଷଣା କରିଛନ୍ତି।

ଏନ୍‌ସିପି ଦାବି କଲା ସ୍ବତନ୍ତ୍ର ଅଧିବେଶନ, ପୁଣି ଜଣେ ଚାଷୀଙ୍କ ମୃତ୍ୟୁ

ଅପରପକ୍ଷେ, କୃଷକ ଆନ୍ଦୋଳନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡାକନ୍ତୁ ବୋଲି ଏନ୍‌ସିପି ଦାବି କରିଛି। ସେହିଭଳି ମହାରାଷ୍ଟ୍ରରେ କୃଷି ଆଇନ କାର୍ଯ୍ୟକାରୀ କରା ନଯିବାକୁ ମହାରାଷ୍ଟ୍ର ମନ୍ତ୍ରୀ ଅଶୋକ ଚୌହାନ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଚାଷୀମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅଧ୍ୟକ୍ଷ ଜେ ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ବିଜେପିର ସମସ୍ତ ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି। ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକଙ୍କ ଉଦ୍ଦେଶ୍ୟରେ ୮ ପୃଷ୍ଠାର ଏକ ଖୋଲା ଚିଠି ଲେଖିଛନ୍ତି। କୃଷକଙ୍କ ହିତ ପାଇଁ କୃଷି ଆଇନ ଅଣାଯାଇଛି। କିନ୍ତୁ ଏହି ଆଇନକୁ ନେଇ କୃଷକ ସଂଗଠନଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରାଯାଉଛି। କୃଷକମାନେ ଆନ୍ଦୋଳନ ଛାଡ଼ି ଆଲୋଚନାକୁ ଆସିବାକୁ ଚିଠିରେ କୁହାଯାଇଛି। ତେବେ ବିରୋଧୀଙ୍କ କୌଣସି ଏଜେଣ୍ଡାକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe