ସଂସଦରେ ଚାଷୀ ଆନ୍ଦୋଳନ ତାତି : ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ, ରାଜ୍ୟସଭା ଦିନକ ପାଇଁ ମୁଲତବୀ

Advertisment

ଆଲୋଚନା ପାଇଁ ସରକାର ପ୍ରସ୍ତୁତ: କୃଷିମନ୍ତ୍ରୀ

ଆଲୋଚନା ପାଇଁ ସରକାର ପ୍ରସ୍ତୁତ: କୃଷିମନ୍ତ୍ରୀ

ସଂସଦରେ ଚାଷୀ ଆନ୍ଦୋଳନ ତାତି : ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ, ରାଜ୍ୟସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଏବଂ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଜିଦ୍‌ରେ ଅଟଳ ରହିବା ସହ ହଟ୍ଟଗୋଳ ଜାରି ରଖିବାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ ରଖାଯାଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଚାଷୀ ଆନ୍ଦୋଳନ ନେଇ ଆଲୋଚନା ନିମନ୍ତେ ବିରୋଧୀ ଦଳ ଦାବି କରିଥିଲେ । ରାଜ୍ୟସଭା ସଭାପତି ଏମ୍‌ ଭେଙ୍କୟା ନାଇଡ଼ୁ ଆସନ୍ତାକାଲି ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିବାରୁ ବିରୋଧୀ ଦଳ ସାଂସଦମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ପ୍ରବଳ ହୋହାଲ୍ଲା କରିଥିଲେ। ଏଭଳି ସ୍ଥିତିରେ ପ୍ରଥମେ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ରଖାଯାଇଥିଲା । ତେବେ ଅପରାହ୍ନରେ ମଧ୍ୟ ପରିସ୍ଥିତି ନ ସୁଧୁରିବାରୁ ସଭାପତି ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରିଥିଲେ।

ଉପରାଷ୍ଟ୍ରପତି ବିରୋଧୀ ଦଳର ଦାବି ସଂପର୍କରେ କହିଥିଲେ ଯେ ଏ ବାବଦ ଚର୍ଚ୍ଚା ପ୍ରଥମେ ଲୋକସଭାରେ ଆରମ୍ଭ ହେବ ଏବଂ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମଧ୍ୟ ଚର୍ଚ୍ଚା କରିବାକୁ ସହମତି ପ୍ରକାଶ ପାଇଛି। ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆର୍‌ଜେଡି ସାଂସଦ ମନୋଜ ଝା, ଟିଏମ୍‌ସି ସାଂସଦ ଶୁଖେନ୍ଦୁ ଶେଖର ରୟ, ଡିଏମ୍‌କେ ସାଂସଦ ତିରୁଚି ଶିବା ଏବଂ ବିଏସ୍‌ପି ସାଂସଦ ଅଶୋକ ସିଦ୍ଧାର୍ଥ କାର୍ଯ୍ୟସ୍ଥଗନ ନୋଟିସ୍‌ ଦେଇଥିଲେ। ବିଜେପି ସାଂସଦ ଜିଭିଏଲ୍‌ ନରସିଂହ ରାଓ ଆନ୍ଧ୍ର ପ୍ରଦେଶରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟସଭାରେ ଶୂନ୍ୟକାଳରେ ନୋଟିସ୍‌ ଦେଇଥିଲେ। ଲୋକସଭାରେ ମଧ୍ୟ ବିରୋଧୀ ଦଳ ସାଂସଦମାନେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି କରି ହଟ୍ଟଗୋଳ ଆରମ୍ଭ କରିବାରୁ ଗୃହକାର୍ଯ୍ୟ ଅଚଳ ହୋଇପଡ଼ିଥିଲା। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହକୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଲୋକସଭାରେ କହିଛନ୍ତି ଯେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସରକାର ସଂସଦରେ ଏବଂ ବାହାରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ସୁସ୍ଥ ବିତର୍କ ପାଇଁ ଆସିବା ଜରୁରୀ ବୋଲି ତୋମର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe