କେନ୍ଦ୍ର ସରକାରଙ୍କୁ ଚାଷୀ ସଂଗଠନର ଚେତାବନୀ: ପ୍ରତିଶ୍ରୁତି ପୂରଣ ନକଲେ ପୁଣି ଆନ୍ଦୋଳନ

କେନ୍ଦ୍ର ସରକାରଙ୍କୁ ଚାଷୀ ସଂଗଠନର ଚେତାବନୀ: ପ୍ରତିଶ୍ରୁତି ପୂରଣ ନକଲେ ପୁଣି ଆନ୍ଦୋଳନ

Image Courtesy of India Today

ନୂଆଦିଲ୍ଲୀ: ଡିସେମ୍ବର ମାସରେ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ପୂରଣ ନକଲେ କୃଷକ ସଂଗଠନ ପୁନର୍ବାର ଆନ୍ଦୋଳନ ଆରମ୍ଭ କରିବାକୁ ବାଧ୍ୟ ହେବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ଆଜି ଚେତାବନୀ ଦିଆଯାଇଛି। ଏକ ବିବୃତ୍ତିରେ କୃଷକ ସଂଗଠନ କହିଛି, କେନ୍ଦ୍ର ସରକାର ପ୍ରତିଶ୍ରୁତି ପାଳନ ନ କଲେ ପୁଣି ଆନ୍ଦୋଳନ ଆରମ୍ଭ କରାଯିବ। ସରକାରଙ୍କ ପ୍ରତାରଣା ବିରୋଦରେ ଗତ ସୋମବାର ‘ବିଶ୍ୱାସଘାତ ଦିବସ’ ପାଳନ ହୋଇଥିଲା। କୃଷକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ମଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଥିଲେ। କୃଷକ ସଂଗଠନର ଏକ ବର୍ଷରୁ ଅଧିକ ସମୟ ବିରୋଧ ପ୍ରଦର୍ଶନ କରିବା ପରେ ନଭେମ୍ବର ୨୯ରେ ସଂସଦ ଦ୍ବାରା ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରାଯାଇଥିଲା। ତେବେ ଅନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ବିକ୍ଷୋଭ ଜାରି ରଖିବେ ବୋଲି କୃଷକ ନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe