ପୁଲିସ ସମ୍ମତି ପାଇଥିବା ଦାବି କରି ଜାନୁଆରି ୨୬ରେ ୧୦୦ କିଲୋମିଟର୍‌ ଟ୍ରାକ୍ଟର୍‌ ରାଲି ପାଇଁ କୃଷକଙ୍କ ଯୋଜନା

Advertisment
ପୁଲିସ ସମ୍ମତି ପାଇଥିବା ଦାବି କରି ଜାନୁଆରି ୨୬ରେ ୧୦୦ କିଲୋମିଟର୍‌ ଟ୍ରାକ୍ଟର୍‌ ରାଲି ପାଇଁ କୃଷକଙ୍କ ଯୋଜନା

Image Courtesy of India Today

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଠାରୁ ସମ୍ମତି ପାଇଥିବା ଦାବି କରି କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିପକ୍ଷରେ ପ୍ରତିବାଦ ଚଳାଇଥିବା କୃଷକମାନେ ଶନିବାର ଦିନ କହିଛନ୍ତି ଯେ, ସାଧାରଣତନ୍ତ୍ର ଦିବସ ଦିନ ଜାତୀୟ ରାଜଧାନୀରେ ସେମାନେ ୧୦୦ କିଲୋମିଟର୍‌ ଟ୍ରାକ୍ଟର୍‌ ରାଲି ପାଇଁ ପ୍ରସ୍ତୁତି କରୁଛନ୍ତି। କିନ୍ତୁ, ଏ କଥାକୁ ପୁଲିସ ଅସ୍ୱୀକାର କରିଛି।

ଦିଲ୍ଲୀ ପୁଲିସ କମିସନର୍‌ ଏସ୍‌ଏନ୍‌ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି ଯେ, କେଉଁ ରାସ୍ତାରେ ରାଲି କରାଯିବ ସେ ସଂକ୍ରାନ୍ତରେ କୃଷକମାନେ ଆମକୁ ଲିଖିତ ଭାବେ କିଛି ଜଣାଇ ନାହାନ୍ତି। ପ୍ରସ୍ତାବିତ ରାଲି ଯିବାର ରାସ୍ତା ସଂକ୍ରାନ୍ତରେ ଲିଖିତ ତଥ୍ୟ ପାଇଲେ ସମସ୍ତଙ୍କୁ ଜଣାଇ ଦିଆଯିବ।
ଏକ ବିବୃତିରେ ସଂଯୁକ୍ତ କିଷାନ ମୋର୍ଚା କହିଛି ଯେ, କିଷାନ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ତାଙ୍କ ନେତାମାନେ ମିଳିତ ଭାବେ ପଥ ନିର୍ଦ୍ଧାରଣ କରିଛନ୍ତି।

publive-image Image Courtesy of NDTV

ସୁଶୃଙ୍ଖଳିତ ଭାବେ ରାଲି କରାଯିବା ଲାଗି ପୂରା ଦମ୍‌ରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମଗ୍ର ଦେଶରୁ କୃଷକ ଏବଂ ତାଙ୍କ ସମର୍ଥକମାନଙ୍କର ବିପୁଳ ସମ୍ମତି ମିଳୁଛି।

କିନ୍ତୁ, ପ୍ରସ୍ତାବିତ ରାଲି ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ, ହରିୟାଣା ପୁଲିସ ଓ ଉତ୍ତରପ୍ରଦେଶ ପୁଲିସ ଠାରୁ କୌଣସି ସୁନିଶ୍ଚିତ ସୂଚନା ମିଳିନାହିଁ।

ସେପଟେ, ଏକ ଜାତୀୟସ୍ତରୀୟ ସମ୍ବାଦ ସରବରାହ ସଂସ୍ଥାକୁ କୃଷକ ନେତା ଅଭିମନ୍ୟୁ କୋହର୍‌ କହିଛନ୍ତି ଯେ, ଜାନୁଆରି ୨୬ ତାରିଖ ଦିନ ଟ୍ରାକ୍ଟର୍‌ ପରେଡ୍‌ ନିମନ୍ତେ ତାଙ୍କୁ ଦିଲ୍ଲୀ ପୁଲିସ ଅନୁମତି ଦେଇଛି।

ଗାଜିପୁର, ତିକ୍‌ରି, ସିଂଘୁ ସୀମାନ୍ତ ସ୍ଥଳମାନଙ୍କରୁ ପ୍ରସ୍ତାବିତ ଟ୍ରାକ୍ଟର୍‌ ରାଲି ବାହାରିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏସଂକ୍ରାନ୍ତରେ ସବିଶେଷ ବ୍ୟବସ୍ଥା ସଂକ୍ରାନ୍ତରେ ଆଜି ରାତିରେ ଚୂଡ଼ାନ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe