Hindustan Times
ନୂଆଦିଲ୍ଳୀ: ଡିସେମ୍ବର ପହିଲାରେ କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ ଆଜି ଏ ନେଇ ଆଲୋଚନା ପାଇଁ ଅନ୍ୟ ଏକ ବୈଠକ ଧାର୍ଯ୍ୟ କରାଯାଇଛି। କୃଷକ ଗୋଷ୍ଠୀର ଏକ ପ୍ରତିନିଧି ଦଳ ଆଜି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିବେ ବୋଲି ସୂଚନା ରହିଛି।
ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂ କେନ୍ଦ୍ର ଏବଂ କୃଷକଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଆଜି ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଏପଟେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ପ୍ରସଂଗ ନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ସାରିଛନ୍ତି। ଚାଷୀମାନେ ସେମାନଙ୍କର ଏକ ଦାବିପତ୍ର କେନ୍ଦ୍ରକୁ ପଠାଇଛନ୍ତି।
ଏପଟେ ଚିଲା ସୀମାନ୍ତ ଅଞ୍ଚଳରେ ପୁଣି ଥରେ ଦିଲ୍ଲୀ-ନୋଏଡାକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ରହିଛି। କେବଳ ସେତିକି ନୁହେଁ, ଟ୍ରାଫିକ୍ ଆନ୍ଦୋଳନ ପାଇଁ ଦୁଇପଟରୁ ଦିଲ୍ଲୀକୁ ଯୋଡ଼ୁଥିବା ସିଙ୍ଘୁ ସୀମା ଓ ଟିକ୍ରି ସୀମା ମଧ୍ୟ ବନ୍ଦ ରହିଛି। ଗତ କିଛି ଦିନ ହେବ ଦିଲ୍ଲୀରୁ ନୋଏଡା ଏବଂ ହରିୟାଣା ଅଭିମୁଖେ ଯାତ୍ରା କରିବା ଯାତ୍ରୀମାନଙ୍କ ପାଇଁ ଏକ ସ୍ୱପ୍ନରେ ପରିଣତ ହୋଇଛି ଏବଂ ଚାଷୀଙ୍କ ସହ ଆଲୋଚନାରେ ଯଦି ସଫଳତା ନମିଳେ ତେବେ ଗୁରୁବାର ମଧ୍ୟ ସ୍ଥିତି ସମାନ ରହିବ ବୋଲି ଆଶଙ୍କା କରାଯାଉଛି।
ଆପଣ ଜାଣିଥିବେ ନିଶ୍ଚୟ ଯେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର କୃଷକମାନେ ବୁଧବାର ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ଏହାବ୍ୟତୀତ ଗୁଜୁରାଟର କୃଷକ ମଧ୍ୟ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ମୁଖ୍ୟତଃ ସମସ୍ତ ଆନ୍ଦୋଳନକାରୀ କୃଷକମାନେ ନୂଆ କରି ପ୍ରଣୟନ ହୋଇଥିବା ତିନିଟି କୃଷି ଆଇନକୁ ରଦ୍ଦ କରିବା ଦାବିରେ ଏହି ଆନ୍ଦୋଳନ କରୁଛନ୍ତି।
Follow Us