Image Courtesy of Zee News
ନୂଆଦିଲ୍ଲୀ: ଜାନୁଆରି ୨୬ ତାରିଖ ଦିନ କୃଷକମାନଙ୍କ ଟ୍ରାକ୍ଟର୍ ରାଲି ବିରୋଧରେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଜାନୁଆରି ୧୮ ତାରିଖରେ ହେବ ବୋଲି ସୁପ୍ରିମ୍ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଟ୍ରାକ୍ଟର୍ ରାଲି ଯୋଗୁଁ ଜାନୁଆରି ୨୬ ତାରିଖରେ ଆୟୋଜନ ହେଉଥିବା ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଜାନୁଆରି ୧୮ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଆବେଦନ ସମେତ ଦିଲ୍ଲୀ ସୀମାନ୍ତରେ କୃଷକମାନେ ଚଳାଇଥିବା ପ୍ରତିବାଦ ସଂକ୍ରାନ୍ତ ଅନ୍ୟାନ୍ୟ ଆବେଦନର ମଧ୍ୟ ଶୁଣାଣି କରିବେ।
Image Courtesy Fress Press Journalଦିଲ୍ଲୀ ପୁଲିସ ଜରିଆରେ କେନ୍ଦ୍ର ସରକାର ଫାଇଲ୍ କରିଥିବା ଆବେଦନରେ ଉଲ୍ଲେଖ ଅଛି ଯେ, ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟାଘାତ ସୃଷ୍ଟି ନିମନ୍ତେ ଅଭିପ୍ରେତ ଏହି ପ୍ରସ୍ତାବିତ ଟ୍ରାକ୍ଟର୍ ରାଲି ଦେଶ ପାଇଁ ଲଜ୍ଜାଜନକ ହେବ।
ଏହି ଆବେଦନ ଉପରେ ଖଣ୍ଡପୀଠ ଏକ ନୋଟିସ୍ ଜାରି କରିବା ସହ ଉକ୍ତ ନୋଟିସ୍କୁ କୃଷକ ସଙ୍ଗଠନମାନଙ୍କୁ ପଠାଯିବ ବୋଲି କହିଥିଲେ। କେନ୍ଦ୍ର ସରକାର ଦର୍ଶାଇ ଥିଲେ କି, ଦେଶକୁ ବିଶ୍ୱସ୍ତରରେ ଲଜ୍ଜିତ କରିବା ଭଳି ଘଟଣାକୁ ପ୍ରତିବାଦ ଅଧିକାରଭୁକ୍ତ କରାଯାଇ ପାରିବ ନାହିଁ।
Follow Us