Image Courtesy of India Today
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ପ୍ରସ୍ତାବିତ କୃଷକମାନଙ୍କ ଟ୍ରାକ୍ଟର୍ ରାଲି ଆଇନଶୃଙ୍ଖଳା ପ୍ରସଙ୍ଗ ହୋଇଥିବାରୁ ପୁଲିସ ତାହାର ନିଷ୍ପତ୍ତି ନେବ ବୋଲି ସୋମବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି। କୃଷକମାନେ ଯୋଜନା କରିଥିବା ଟ୍ରାକ୍ଟର୍ ରାଲି ବିରୋଧରେ ଆଗତ ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମ୍ କୋର୍ଟ ମଧ୍ୟ କହିଛନ୍ତି ଯେ, ଏ ପ୍ରସଙ୍ଗରେ ବୁଝାବୁଝି କରିବା ଲାଗି କେନ୍ଦ୍ର ସରକାରଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ରହିଛି।
ଦିଲ୍ଲୀ ପୁଲିସ ଜରିଆରେ କେନ୍ଦ୍ର ସରକାର ଫାଇଲ୍ କରିଥିବା ଆବେଦନର ଆଜି ସୁପ୍ରିମ୍ କୋର୍ଟ ଶୁଣାଣି କରୁଥିଲେ। ଜାନୁଆରି ୨୬ ତାରିଖ ଦିନ ଆୟୋଜନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଳନରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥିବା କୌଣସି ପ୍ରଦିବାଦ କିଂବା ଜନସମାବେଶ ବିପକ୍ଷରେ ଆଦେଶ ଦେବାକୁ ଏହି ଆବେଦନରେ ଅନୁରୋଧ କରାଯାଇଥିଲା।
Image Courtesy of Path of Exଶୁଣାଣି ସମୟରେ ସୁପ୍ରିମ୍ କୋର୍ଟ କହିଲେ, ଦିଲ୍ଲୀକୁ କିଏ ପ୍ରବେଶ କରିବ, ସେ କଥା ସ୍ଥିର କରିବାର ପ୍ରଥମ କର୍ତ୍ତୃପକ୍ଷ ହେଉଛନ୍ତି ପୁଲିସ। କାହାକୁ ଦିଲ୍ଲୀକୁ ପ୍ରବେଶାନୁମତି ମିଳିବ ଏବଂ କେତେ ସଂଖ୍ୟକ ଲୋକ ପ୍ରବେଶ କରିବେ ତାହା ପୁଲିସ ସ୍ଥିର କରିବ। ଆମେ ସେଥିରେ ହସ୍ତକ୍ଷେପ କରିପାରିବୁ ନାହିଁ।
କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ କହିଛନ୍ତି, ଆପଣ କ’ଣ କରିବା ଉଚିତ, ତାହା ଆମେ କହିବୁ ନାହିଁ। ଜାନୁଆରି ୨୦ ତାରିଖ ଦିନ ଆମେ ଏ ପ୍ରସଙ୍ଗର ଶୁଣାଣି କରିବୁ। ପୁଲିସ ଆଇନ ଅନୁସାରେ ଭାରତୀୟ ରାଷ୍ଟ୍ରସଂଘର କି, କ୍ଷମତା ଅଛି ସେ କଥା କ’ଣ ସୁପ୍ରିମ୍ କୋର୍ଟଙ୍କୁ କହିବାକୁ ପଡ଼ିବ? ଆପଣଙ୍କର କ୍ଷମତା ଅଛି ବୋଲି ଆପଣ ଅଦାଲତଦ୍ୱାରା କାହିଁକି କୁହାଇବାକୁ ଚାହୁଁଛନ୍ତି।
Follow Us