ସରକାରଙ୍କ ଖାଦ୍ୟକୁ ଗ୍ରହଣ କଲେ ନାହିଁ ଚାଷୀ, କହିଲେ, ‘ଆମେ ନିଜ ଖାଦ୍ୟ ସାଥୀରେ ନେଇ ଆସିଛୁ।’

ସରକାରଙ୍କ ଖାଦ୍ୟକୁ ଗ୍ରହଣ କଲେ ନାହିଁ ଚାଷୀ, କହିଲେ, ‘ଆମେ ନିଜ ଖାଦ୍ୟ ସାଥୀରେ ନେଇ ଆସିଛୁ।’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିବା ସହ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟର କୃଷକ ସଂଗଠନ କୃଷକ ଆନ୍ଦୋଳନକୁ ସମର୍ଥନ କରିବାରୁ ଏବଂ ଦିଲ୍ଲୀରେ ଏକଜୁଟ ହେଉ ଥିବାରୁ ଦିଲ୍ଲୀରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ତେବେ ରାସ୍ତାକୁ ଓହ୍ଲାଇ ଥିବା କୃଷକ ପ୍ରତିନିଧିମଣ୍ଡଳକୁ ଆଜି କେନ୍ଦ୍ର ସରକାର ଆଲୋଚନା ପାଇଁ ଡକାଇଥିଲେ।

ଦିଲ୍ଲୀର ବିଜ୍ଞାନ ଭବନରେ ମଧ୍ୟାହ୍ନ ୧୨ ଟାରୁ ଏହି ଆଲୋଚନା ଆରମ୍ଭ ହୋଇଯାଇଥିଲା। ବିଜ୍ଞାନ ଭବନରେ ଚାଲିଥିବା ବୈଠକରେ ଚାଷୀମାନେ ସେମାନଙ୍କର ସମସ୍ୟାକୁ ବୁଝାଇ କହିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ବୈଠକରେ ସରକାର ଏବଂ କୃଷକ ପ୍ରତିନିଧୀମାନେ ଗୋଟିଏ ଗୋଟିଏ କଥାକୁ ନେଇ ଆଲୋଚନା କରୁଥିଲେ। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ରେଳମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ନରେନ୍ଦ୍ର ତୋମାର କହିଥିଲେ କି ଆଶା କରାଯାଉଛି ଆଲୋଚନାରୁ ସକରାତ୍ମକ ଫଳାଫଳ ବାହାରିବ।

ଚର୍ଚ୍ଚାର ବିଷୟ ହେଉଛି କି, ମଧ୍ୟାହ୍ନ ଭୋଜନ ବିରତି ସମୟରେ ଚାଷୀମାନେ ସରକାର ଦେଇଥିବା ମଧ୍ୟାହ୍ନ ଭୋଜନ ଓ ଚା’କୁ ଗ୍ରହଣ କରି ନଥିଲେ। ଚାଷୀମାନେ ମଧ୍ୟାହ୍ନ ଭୋଜନ ସମୟରେ ନିଜ ସହିତ ଆଣିଥିବା ଖାଦ୍ୟକୁ ଖାଇଥିଲେ |

ଚାଷୀମାନେ କହିଛନ୍ତି, "ମଧ୍ୟାହ୍ନ ଭୋଜନ ବିରତି ହୋଇଛି। ସରକାର ଆମକୁ ଖାଦ୍ୟ ଏବଂ ଚା’ ପ୍ରଦାନ କରିଥିଲେ,କିନ୍ତୁ ଆମେ ତାହାକୁ ଗ୍ରହଣ କରି ନାହୁଁ। କେବଳ ଆମ ସହିତ ଆଣିଥିବା ଲଙ୍ଗର ଖାଦ୍ୟ ହିଁ ଖାଇଥିଲୁ।’’

ବିଜ୍ଞାନ ଭବନ ଭିତରୁ ସାମ୍ନାକୁ ଆସିଥିବା ଫଟୋଗୁଡ଼ିକରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ଚାଷୀମାନେ ସେମାନଙ୍କ ସହିତ ଆଣିଥିବା ଖାଦ୍ୟ ନିଜନିଜ ଭିତରେ ଭାଗବଣ୍ଟା କରି ଖାଉଛନ୍ତି।

ଚାଷୀମାନେ କହିଛନ୍ତି ଯେ ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଏହି ଆଇନଗୁଡ଼ିକୁ ବାତିଲ କରନ୍ତୁ। ନଚେତ୍ ଚାଷୀମାନେ ଦିଲ୍ଲୀକୁ ଅବରୋଧ କରିବେ। ସରକାର ପଞ୍ଜାବର ଚାଷୀଙ୍କ ବ୍ୟତୀତ ସମଗ୍ର ଦେଶର ଚାଷୀ ନେତାମାନଙ୍କୁ ଆଲୋଚନା ପାଇଁ ଡାକନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe