ପ୍ରତିବାଦ ଜାରି ରଖିବାକୁ ଉତ୍ତର ପ୍ରଦେଶର ମୁଜାଫରନଗର ବିଶାଳ ରାଲିରେ ପ୍ରତିଜ୍ଞା କଲେ କୃଷକସମୂହ

Advertisment
ପ୍ରତିବାଦ ଜାରି ରଖିବାକୁ ଉତ୍ତର ପ୍ରଦେଶର ମୁଜାଫରନଗର ବିଶାଳ ରାଲିରେ ପ୍ରତିଜ୍ଞା କଲେ କୃଷକସମୂହ

Image Courtesy of NDTV

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚାଲୁ ରଖିବା ଲାଗି ପ୍ରତିବାଦକାରୀ କୃଷକମାନେ ଆଜି ଉତ୍ତର ପ୍ରଦେଶର ମୁଜାଫରନଗରରେ ଆୟୋଜିତ ବିଶାଳ ରାଲିରେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି।

ଆଜିର ରାଲିରେ ବକ୍ତାମାନେ କହିଛନ୍ତି, ସେମାନେ (କେନ୍ଦ୍ର ସରକାର) କହିଲେ, ମାତ୍ର ସ୍ବଳ୍ପସଂଖ୍ୟକ କୃଷକ ପ୍ରତିବାଦ କରୁଛନ୍ତି। ସେମାନଙ୍କ ସଂଖ୍ୟା କେତ‌େ ନଗଣ୍ୟ ହେଲାଣି ସେମାନେ ଦେଖନ୍ତୁ। ତେଣୁ, ପାର୍ଲାମେଣ୍ଟ୍‌ରେ ବସିଥିବା ବ୍ୟକ୍ତିବିଶେଷଙ୍କୁ ଶୁଭିବା ଭଳି ଉଚ୍ଚ କଣ୍ଠରେ ଆମେ କହିବା ଉଚିତ।

ଆଜିର ପ୍ରତିବାଦ ସଭାରେ ଯୋଗ ଦେଇଥିବା ‘ରାଷ୍ଟ୍ରୀୟ ଲୋକ ଦଳ’ର ଜୟନ୍ତ ଚୌଧୁରୀ ଟୁଇଟ୍‌ କରି କହିଛନ୍ତି, ସମବେତ କୃଷକମାନଙ୍କ ଉପରେ ହେଲିକପ୍ଟର୍‌ରୁ ପୁଷ୍ପ ପାଖୁଡ଼ା ବୃଷ୍ଟି କରିବା ଲାଗି ପ୍ରଶାସନ ଅନୁମତି ଦେଲାନାହିଁ।

publive-image Image Courtesy of NDTV

ସେ ଆହୁରି ମଧ୍ୟ ଲେଖିଛନ୍ତି, ଗୁଡ଼ାଏ ଫୁଲମାଳ ପିନ୍ଧାଇ ଲୋକେ ମୋ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କଲେ। ସେମାନଙ୍କ ଉପରେ ପୁଷ୍ପ ପାଖୁଡ଼ା ବୃଷ୍ଟି କରି ଅଭିନନ୍ଦନ ଓ ସ୍ବାଗତ ଜଣାଇବକୁ ଆମେ ଚାହୁଁଥିଲୁ। ‘ଡିଏମ୍’, ‘ଏଡିଜି’, ‘ସିଟି ମାଜିଷ୍ଟ୍ରେଟ୍‌’, ‘ପ୍ରିନ୍‌ସିପାଲ୍‌ ସେକ୍ରେଟେରି’ ‘ମୁଖ୍ୟମନ୍ତ୍ରୀ’ ଆଦି ସମସ୍ତଙ୍କୁ ସୂଚନା ଦିଆଯାଇଥିଲା, କିନ୍ତୁ ସେମାନେ ଅନୁମତି ଦେଲେ ନାହିଁ। କୃଷକମାନଙ୍କୁ ସମ୍ମାନ ଦେଲେ ସରକାରଙ୍କ ଉପରେ କି ବିପତ୍ତି ପଡ଼ିବ?

ପ୍ରତିବାଦ ଆରମ୍ଭ ହେବା ଠାରୁ ୯ ମାସ ମଧ୍ୟରେ ଏହା ସର୍ବବୃହତ୍ ବୋଲି ଆୟୋଜକମାନେ ଦାବି କରୁଥିବା ଏହି ‘ମହାପଞ୍ଚାୟତ’ରେ ଯୋଗ ଦେବା ଲାଗି ହାପୁର, ବୁଲନ୍ଦସର, ଆଲିଗଡ଼ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ କୃଷକମାନେ ଆସିଥିଲେ।

କୃଷି ଆନ୍ଦୋଳନକୁ ନେତୃତ୍ବ ଦେଉଥିବା ୪୦ଟି କୃଷକ ସଙ୍ଗଠନର ମିଶ୍ରଣରେ ସୃଷ୍ଟ ‘ସାମ୍ମୁଖ୍ୟ କିଷାନ୍‌ ମୋର୍ଚା’ କହିଛି , ସବୁ ଜାତି, ଧର୍ମ, ରାଜ୍ୟ, ବର୍ଗ, କ୍ଷୁଦ୍ର ‌ବ୍ୟବସାୟୀ ଏବଂ ସମାଜର ସବୁ ଶ୍ରେଣୀରୁ ଆନ୍ଦୋଳନ ସମର୍ଥନ ପାଉଛି ବୋଲି ‘ମହାପଞ୍ଚାୟତ’ ପ୍ରମାଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe