ନୂତନ ୩ଟି କୃଷି ଆଇନକୁ ଚାଷୀମାନେ ପ୍ରଥମେ ବୁଝିବା ଉଚିତ: ନିତିନ ଗଡକରୀ

Advertisment
ନୂତନ ୩ଟି କୃଷି ଆଇନକୁ ଚାଷୀମାନେ ପ୍ରଥମେ ବୁଝିବା ଉଚିତ: ନିତିନ ଗଡକରୀ

image source--oneindia

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି କି ଆନ୍ଦେଳନକାରୀ ଚାଷୀମାନେ ପ୍ରଥମେ ନିୟମକୁ ବୁଝିବା ଉଚିତ। ଆମ ସରକାର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ସେମାନେ ଦେଇଥିବା ପରାମର୍ଶକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ସେ ମତ ରଖିଛନ୍ତି।

କିଛି ଲୋକ ଅଛନ୍ତି, ଯେଉଁମାନେ କି କୃଷକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଆଦୌ ଠିକ୍‌ ନୁହେଁ। କୃଷକମାନେ ପ୍ରଥମେ ନୂଆ କରି ହୋଇଥିବା ୩ଟି ନିୟମକୁ ବୁଝିବା ଦରକାର ବୋଲି ଗଡକରୀ କହିଛନ୍ତି। ସେ ଆହୁରି ବି କହିଛନ୍ତି କି, ‘ମୁଁ ଭାବୁନାହିିଁ ଯେ ଆନ୍ନା ହଜାରେଜୀ ଏହି ଆନ୍ଦୋଳନରେ ଯୋଗ ଦେବେ ବୋଲି। ଆମେ କୃଷକଙ୍କ ବିରୋଧରେ କିଛି ବି କରିନାହୁଁ।

publive-image

ଉଲ୍ଲେଖଯୋଗ୍ୟ, କେନ୍ଦ୍ରର କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ସୋମବାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିିଛି। ସରକାର କୃଷି ଆଇନ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ସେମାନେ ବିରୋଧ ପ୍ରଦର୍ଶନ ଜାରି ରଖିବେ ବୋଲି କୃଷକମାନେ ମତ ଦେଇଛନ୍ତି। ଏପଟେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି କି ସେ କୃଷି ଆଇନ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନଙ୍କ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରିବାକୁ ସରକାର କୃଷକମାନଙ୍କୁ ଏକ ପ୍ରସ୍ତାବ ପଠାଇଛନ୍ତି। ନରେନ୍ଦ୍ର ସିଂ ତୋମାର ମଧ୍ୟ ତାଙ୍କ ସରକାରୀ ବାସଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ହରିୟାଣାର ବିଜେପି ସାଂସଦ ଏବଂ ବିଧାୟକଙ୍କୁ ଭେଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe