ନ୍ୟୁୟର୍କର କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ୧୦୦% ବୃତ୍ତି ପାଇଥିବା କୃଷକର ପୁଅ

ନ୍ୟୁୟର୍କର କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ୧୦୦% ବୃତ୍ତି ପାଇଥିବା କୃଷକର ପୁଅ

Image Courtesy of The Times of India

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିର ଜଣେ ନାମମାତ୍ର କୃଷକର ପୁଅ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୮.୨% ନମ୍ବର ରଖିବା ସହ ୧୦୦% ବୃତ୍ତି ହାସଲ କରି ନ୍ୟୁୟର୍କସ୍ଥିତ କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସିଟ୍‌ ପାଇଛନ୍ତି।

ସେପ୍ଟେମ୍ବର ପହିଲା ଠାରୁ ଏହି ସଫଳ ଛାତ୍ର ଅନୁରାଗ ତିୱାରି କର୍ଣ୍ଣୱେଲ୍ ଅନ୍‌ଲାଇନ୍ କ୍ଲାସ୍‌ରେ ଯୋଗ ଦେବେ। ସମ୍ପ୍ରତି କରୋନାଭାଇରସ୍ ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ ବିଶ୍ବବିଦ୍ୟାଳୟ ଭର୍ଚ୍ୟୁଆଲ୍ କ୍ଲାସ୍ କରୁଛନ୍ତି।

‘ହ୍ୟୁମାନିଟିଜ୍‌’ର (ମାନବ ସମାଜ ଓ ସଂସ୍କୃତି) ଛାତ୍ର ଅନୁରାଗ ଅର୍ଥନୀତି ଏବଂ ଇତିହାସରେ ୧୦୦%, ରାଜନୀତି ବିଜ୍ଞାନ ଓ ଇଂରାଜୀରେ ୯୭% ହାସଲ କରିଛନ୍ତି। ସବୁଠୁ କମ୍ ୯୫% ରଖିଛନ୍ତି ଗଣିତରେ। କର୍ଣ୍ଣୱେଲ୍‌ରେ ଅନୁରାଗ ଅର୍ଥନୀତି ଅଧ୍ୟୟନ କରିବେ। ପିଲାଙ୍କ ପାଇଁ ‘ହ୍ୟୁମାନିଟିଜ୍‌’ ଅନୁକୂଳ ବିଷୟ ନୁହେଁ ବିଚାର କରି ଅନେକେ ଅନୁରାଗଙ୍କ ପଢ଼ାରେ ବିସ୍ମିତ ହୋଇଥିଲେ।

publive-image

କୃଷକ କମଳପତି ତିୱାରି ଓ ଗୃହିଣୀ ସଙ୍ଗୀତାଙ୍କ ପୁଅ ଅନୁରାଗ ତାଙ୍କ ଗାଁ ସରାସନରେ ୫ମ ଶ୍ରେଣୀ ଯାଏଁ ଅଧ୍ୟୟନ କରିଥିଲେ। ୨୦୧୩ରେ ଷଷ୍ଠ ଶ୍ରେଣୀରେ ‘ବିଦ୍ୟାଜ୍ଞାନ’ରେ ନାମ ଲେଖାଇବା ଲାଗି ସେ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଥିଲେ। ଏହି ପ୍ରତିଷ୍ଠାନ ଆର୍ଥିକ ଅନଗ୍ରସର ଗ୍ରାମୀଣ ମେଧାବୀ ପିଲାଙ୍କ ଉତ୍ଥାନ ପାଇଁ ଉଦ୍ୟମ କରିଥାଏ। ସେଥିରେ ଅନୁରାଗଙ୍କର ଜୀବନ ବଦଳି ଯାଇଥିଲା।

ଏକାଦଶ ଶ୍ରେଣୀରେ ଥିବା ବେଳେ ସେ ଏସ୍‌ଏଟି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ୧୬୦୦ ନମ୍ବରରୁ ୧୩୭୦ ନମ୍ବର ହାସଲ କରିଥିଲେ। ‘ଆର୍ଲି ଡିସିସନ୍ ଆପ୍ଲିକାଣ୍ଟ୍’ ଭାବେ ଅନୁରାଗ କର୍ଣ୍ଣୱେଲ୍‌କୁ ଆବେଦନ କରିଥିଲେ ଓ ଗତବର୍ଷ ଡିସେମ୍ବର ମାସରେ କଲ୍ ପାଇଥିଲେ।

ସଫଳତା ହାସଲ କରି ନିଜ ଗାଁରେ ପହଞ୍ଚିଥିବା ପରର ଅନୁଭୂତି ବଖାଣି ଅନୁରାଗ କହନ୍ତି, ଗାଁରେ ପହଞ୍ଚିବା ପରେ ମତେ ସମସ୍ତେ ସମ୍ମାନଜନକ ଦୃଷ୍ଟିରେ ଦେଖିଲେ। ପୂର୍ବରୁ ମତେ ଚିହ୍ନି ନ ଥିବା ଲୋକେ ଆମ ଘରକୁ ଆସି ମୋ ସହ କଥାବାର୍ତ୍ତା କଲେ। ମତେ ଭାରି ଖୁସି ଲାଗିଲା।

ତାଙ୍କ ବାପା କହନ୍ତି, ପୁଅକୁ ସଫଳ କରାଇବି ବୋଲି ଭାବୁଥିଲି, କିନ୍ତୁ ଆଜି ସେ ମତେ ସଫଳ ବାପାଟିଏ କରିପାରିଛି। ଏଇ କେତେ ବର୍ଷ ଭିତରେ ସେ ‌ମତେ ଅନେକ କିଛି ଶିଖାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe