ତେଜୁଛି ଚାଷୀ ଅସନ୍ତୋଷ:ଫସଲ ବିକି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଟଙ୍କା ପଠାଇଲେ

ଚାଷୀଙ୍କଠାରେ ଦେଖାଦେଇଛି ଆତ୍ମହତ୍ୟା ପ୍ରବଣତା

ତେଜୁଛି ଚାଷୀ ଅସନ୍ତୋଷ:ଫସଲ ବିକି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଟଙ୍କା ପଠାଇଲେ

ମୁମ୍ବାଇ : କୃଷକମାନଙ୍କୁ ନିଜର ହକ୍‌ ମିଳୁନି। ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ସେମାନେ ପାଇ ପାରୁନାହାନ୍ତି। ନିଜର ଦାବି ପୂରଣ ପାଇଁ କୃଷକମାନେ ନିକଟରେ ବହୁ ଆନ୍ଦୋଳନ କଲେଣି। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ୁନି। ଚଳିତ ଋତୁରେ ଜଣେ ଚାଷୀ ୭୫୦ କେଜି ପିଆଜ ଉତ୍ପାଦନ କରିଛନ୍ତି। କିନ୍ତୁ ବଜାରରେ କିଲୋପ୍ରତି ୧ଟଙ୍କା ଦରରେ ପିଆଜ ବିକ୍ରି ପାଇଁ କୁହାଗଲା। ଶେଷରେ ସେ ଟଙ୍କେ ୪୦ ପଇସାରେ ସମସ୍ତ ଉତ୍ପାଦ ବିକିଦେବେ ବୋଲି ସ୍ଥିର କଲେ ଏବଂ ୭୫୦ କିଲୋ ପିଆଜକୁ ୧୦୬୪ ଟଙ୍କାରେ ବିକିଲେ। ଶେଷରେ ଏକ ନିଆରା ଢଙ୍ଗରେ ଆନ୍ଦୋଳନ କରି ଏହି ୧୦୬୪ ଟଙ୍କାକୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପଠାଇଦେଲେ। ମନି ଅର୍ଡରରେ ଟଙ୍କା ପଠାଇବାକୁ ତାଙ୍କୁ ୫୪ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥିଲା।

ଚେନ୍ନାଇ: ଗତ କିଛିଦିନ ପୂର୍ବେ ତାମିଲନାଡ଼ୁରେ ହୋଇଥିବା ଗଜ ବାତ୍ୟା ରାଜ୍ୟରେ ଅନେକ କ୍ଷୟକ୍ଷତି କରିଛି। ତେ‌ବେ କୃଷକମାନଙ୍କର ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବା ଏବେ ବହୁ କଷ୍ଟଦାୟକ ବ୍ୟାପାର ହୋଇପଡ଼ିଛି। ଫଳରେ ଚାଷୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଏହାକୁ ନେଇ ଅସନ୍ତୋଷ ବ୍ୟାପିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe