ଜନ ସୁରକ୍ଷା ଆଇନ, ଫାରୁକ୍‌ଙ୍କ ଅଟକ ସମୟ ଆଉ ୩ ମାସ ବଢ଼ିଲା

ଜନ ସୁରକ୍ଷା ଆଇନ, ଫାରୁକ୍‌ଙ୍କ ଅଟକ ସମୟ ଆଉ ୩ ମାସ ବଢ଼ିଲା

Deccan Chronicle

ଶ୍ରୀନଗର: ଜନ ସୁରକ୍ଷା ଆଇନ (ପିଏସ୍‌ଏ) ଅଧୀନରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଅଟକ ସମୟ ଆଉ ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେ ତାଙ୍କ ବାସଭବନରେ ପୂର୍ବବତ୍‌ ଅଟକ ରହିବେ। ଫାରୁକ୍‌ ଅବଦୁଲ୍ଲାଙ୍କ ବାସଭବନକୁ ଏକ ସବ୍‌-ଜେଲ୍‌ ଘୋଷଣା କରାଯାଇଛି। ୫ ଥର ସାଂସଦ ହୋଇଥିବା ଅବଦୁଲ୍ଲାଙ୍କ ମାମଲାକୁ ଜମ୍ମୁ କାଶ୍ମୀରର ଗୃହ ବିଭାଗ ପରାମର୍ଶଦାତା ବୋର୍ଡ ଦ୍ବାରା ସମୀକ୍ଷା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପିଏସ୍‌ଏ ଅଧୀନରେ ଫାରୁକ୍‌ଙ୍କ ଅଟକ ସମୟକୁ ପୁଣି ୩ ମାସ ବୃଦ୍ଧି କରାଯିବା ପରେ ଏବେ ଅନ୍ୟ ନେତାଙ୍କ ସଂପର୍କରେ ମଧ୍ୟ ସମୀକ୍ଷା ଚାଲିଛି। ଧାରା ୩୭୦ ଉଚ୍ଛେଦ ପରେ ଫାରୁକ୍‌ଙ୍କୁ ଅଟକ ରଖାଯାଇଛି ଏବଂ ସେପ୍ଟେମ୍ବର ୧୭ରେ ତାଙ୍କ ବିରୋଧରେ ଜନ ସୁରକ୍ଷା ଆଇନ (ଲାଗୁ ହୋଇଥିଲା। ପିଏସ୍‌ଏ ଅଧୀନରେ ଜଣେ ବ୍ୟକ୍ତିଙ୍କୁ ବିନା ବିଚାରଣରେ ୬ ମାସ ପର୍ଯ୍ୟନ୍ତ ଜେଲ୍‌ରେ ରଖାଯାଇପାରିବ। କେନ୍ଦ୍ର ଶାସିତ ଅଞ୍ଚଳର ଗୃହ ବିଭାଗ ଦ୍ବାରା ଫାରୁକ୍‌ଙ୍କ ଗୁପ୍‌କର ରୋଡ୍‌ ସ୍ଥିତ ବାସଭବନକୁ ଏକ ସବ୍‌-ଜେଲ୍‌ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ବହୁ ସଂଖ୍ୟାରେ ରାଜନେତାଙ୍କୁ ଜମ୍ମୁ କାଶ୍ମୀରରେ ଅଟକ ରଖାଯାଇଛି। ଫାରୁକ୍‌ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ପ୍ରମୁଖ ଧାରା ୩୭୦ ଉଚ୍ଛେଦ ପରଠାରୁ ଅଟକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe