ପାକିସ୍ତାନକୁ ଫାରୁକ୍ ଅବଦୁଲ୍ଲାଙ୍କ ଚେତାବନୀ

Advertisment

ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍‌ସି) ମୁଖ୍ୟ ଫାରୁକ ଅବଦୁଲ୍ଲା  ଆଜି ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦର ପ୍ରସାର ପାଇଁ ଏହା ଯେତେ ଉଦ୍ୟମ କଲେ ମଧ୍ୟ ସ୍ଥାନୀୟ ଲୋକେ ପାକିସ୍ତାନର ଅଂଶ ହେବାକୁ କଦାପି ଚାହିବେ ନାହିଁ।

ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍‌ସି) ମୁଖ୍ୟ ଫାରୁକ ଅବଦୁଲ୍ଲା  ଆଜି ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦର ପ୍ରସାର ପାଇଁ ଏହା ଯେତେ ଉଦ୍ୟମ କଲେ ମଧ୍ୟ ସ୍ଥାନୀୟ ଲୋକେ ପାକିସ୍ତାନର ଅଂଶ ହେବାକୁ କଦାପି ଚାହିବେ ନାହିଁ।

dgjdgjgjdgd

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍‌ସି) ମୁଖ୍ୟ ଫାରୁକ ଅବଦୁଲ୍ଲା  ଆଜି ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦର ପ୍ରସାର ପାଇଁ ଏହା ଯେତେ ଉଦ୍ୟମ କଲେ ମଧ୍ୟ ସ୍ଥାନୀୟ ଲୋକେ ପାକିସ୍ତାନର ଅଂଶ ହେବାକୁ କଦାପି ଚାହିବେ ନାହିଁ। ଏବେ ଜମ୍ମୁ କଶ୍ମୀରରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହେଉଛି ତାହାର ସମସ୍ତ ଉତ୍ସ  ପାକିସ୍ତାନରେ ରହିଛି ଏବଂ  ପାକିସ୍ତାନକୁ ଏହାର କ୍ରମାଗତ ଆକ୍ରମଣ ବନ୍ଦ କରିବାକୁ ପଡ଼ିବ ବୋଲି ଫାରୁକ ଚେତାବନୀ ଦେଇଛନ୍ତି।   ଇସଲାମାବାଦ ଭାରତର ବନ୍ଧୁ ହେବାପାଇଁ ଉପାୟ ଖୋଜିବା ଆବଶ୍ୟକ। ଆତଙ୍କବାଦ ଦ୍ବାରା ଜମ୍ମୁ କଶ୍ମୀରରେ ଏହା କିଛି ବି  ହାସଲ କରିପାରିବ ନାହିଁ ବୋଲି ଫାରୁକ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ବାରମୂଳାରେ ସେନାର ଏକ ଗାଡ଼ିକୁ  ଆତଙ୍କବାଦୀମାନେ ଟାର୍ଗେଟ କରି ଗୁଳିବର୍ଷା କରିଥିଲେ। ଏଥିରେ ଦୁଇ ଜଣ ଯବାନ ଓ ଦୁଇ ଜଣ ସାଧାରଣ ନାଗରିକଙ୍କ ସମେତ ୪ ଜଣ ନିହତ ହୋଇଥିଲେ।   ତିନି ଦିନ ତଳେ ୬ ଜଣ ନିର୍ମାଣ ଶ୍ରମିକ ଓ ଜଣେ ଡାକ୍ତରଙ୍କୁ  ମଧ୍ୟ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ଫାରୁକ ଏଭଳି ବର୍ବର ଆକ୍ରମଣ ନେଇ କହିଛନ୍ତି, ୩୦ ବର୍ଷ ଧରି ମୁଁ ନିରୀହ ଲୋକଙ୍କ ହତ୍ୟାର ସାକ୍ଷୀ ହୋଇଛି। ପାକିସ୍ତାନ ଏଭଳି କାର୍ଯ୍ୟ କରି ନିଜ ଭବିଷ୍ୟତକୁ ନଷ୍ଟ କରୁଛି। ଯେତେବେଳେ ଆମେ ପାକିସ୍ତାନର ଅଂଶ ହୋଇପାରିବୁ ନାହିଁ, ସେତେବେଳେ ଆମ ଉପରେ ଏଭଳି ଆକ୍ରମଣରୁ ପାକିସ୍ତାନକୁ କୌଣସି ଫଳ ମିଳିବ ନାହିଁ ବୋଲି ଫାରୁକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe