ଫାରୁକ୍‌ଙ୍କ ବିବାଦୀୟ ବୟାନ, ଚୀନ୍‌ ସହାୟତାରେ ଧାରା ୩୭୦ ପୁଣି ଲାଗୁ ହେବ

Advertisment
ନେସ୍‌ନାଲ କନ୍‌ଫରେନ୍ସର ସ୍ପଷ୍ଟୀକରଣ: ଧାରା ୩୭୦ ନେଇ ଫାରୁକ୍‌ଙ୍କ ବୟାନର ଭୁଲ୍‌ ବ୍ୟାଖ୍ୟା କରାଯାଉଛି

image source-oneindia

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ଆଜି ଧାରା ୩୭୦ ନେଇ ଏକ ବିବାଦୀୟ ତଥା ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଛନ୍ତି। ଚୀନ୍‌ ସମର୍ଥ‌ନରେ ଜମ୍ମୁ କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ କରାଯିବ ଏବଂ ପୂର୍ଣ୍ଣାଙ୍ଗ ରାଜ୍ୟ ମିଳିବ ବୋଲି ଫାରୁକ୍‌ କହିଛନ୍ତି। ଜମ୍ମୁ କାଶ୍ମୀରରେ ୫ ଅଗଷ୍ଟ ୨୦୧୯ ପୂର୍ବରୁ ଥିବା ସ୍ଥିତି ଫେରାଇ ଆଣିବାକୁ ଫାରୁକ୍‌ ନିକଟରେ ସଂସଦର ମୌସୁମୀ ଅଧିବେଶନ ସମୟରେ ଦାବି କରିଥିଲେ। ଫାରୁକ୍‌ କହିଥିଲେ ଯେ କାଶ୍ମୀରରେ ଏବେ ବି ପରିସ୍ଥିତି ସୁଧୁରି ନାହିଁ। ଦେଶରେ ଏବେ ୪-ଜି ଇଣ୍ଟରନେଟ ସେବା ଉପଲବ୍ଧ ହେଉଛି ଏବଂ ୫-ଜି ପାଇଁ ପ୍ରସ୍ତୁତି ଚାଲିଛି। ଅନ୍ୟପକ୍ଷରେ କାଶ୍ମୀରରେ ଏବେ ବି ୨-ଜି ନେଟ୍‌ୱର୍କରେ ହିଁ କାମ ଚଳାଇବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି। ବେକାରୀ ସମସ୍ୟା କାଶ୍ମୀରରେ ଉତ୍କଟ ରୂପ ନେଇଛି ବୋଲି ସେ କହିଥିଲେ। ଭାରତ ସରକାର ପାକିସ୍ତାନ ସହିତ ମଧ୍ୟ କାଶ୍ମୀର ମାମଲାରେ ଆଲୋଚନା କରିବାକୁ ଫାରୁକ୍‌ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe