ସ୍ୱଦେଶ ପ୍ରସ୍ତୁତ ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ ପାଇଁ ରାଜ୍ୟର ଆଇଏମ୍‌ଏସ୍‌ ସହ ସମ୍‌ ହସ୍ପିଟାଲକୁ ମନୋନୀତ କଲା ଆସିଏମ୍‌ଆର୍‌

ରାଜ୍ୟରେ କୋଭିଡ୍‌ ଟିକାକରଣ : ଦ୍ବିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ

Times Now

ଭୁବନେଶ୍ୱର: ସ୍ୱଦେଶ ଭାରତରେ ପ୍ରସ୍ତୁତ ପ୍ରଥମ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଟିକାର ସର୍ବପ୍ରଥମ ମାନବ ପରୀକ୍ଷଣ (କ୍ଲିନିକାଲ ଟ୍ରାଏଲ) ପାଇଁ ଭୁବନେଶ୍ୱରର ଦି ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସ (ଆଇଏମ୍‌ଏସ୍‌) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସମ୍‌ ହସ୍ପିଟାଲର ଅଧ୍ୟାପକ ଗୋଷ୍ଠୀଙ୍କ ଦ୍ୱାରା କରାଯିବ। ଏହି କାର୍ଯ୍ୟ ପାଇଁ ଏହି ଦୁଇ ଅନୁଷ୍ଠାନକୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମନୋନୀତ କରିଥିବା ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ବହୁ ପ୍ରତୀକ୍ଷିତ ଟିକାର ମାନବ ପରୀକ୍ଷଣ ବା କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ମନୋନୀତ ହୋଇଥିବା ଓଡିଶାର ଏକମାତ୍ର ପ୍ରତିଷ୍ଠାନ ଥିବା ଆଇଏମ୍‌ଏସ୍‌ ଏବଂ ସମ୍‌ ହସ୍ପିଟାଲ୍‌ ହେଉଛି ରାଜ୍ୟର ଏକମାତ୍ର ଅନୁଷ୍ଠାନ। ତେବେ, କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ନେଇ ଯେଉଁ ପରୀକ୍ଷା ଚାଲିଛି ସେ କ୍ଷେତ୍ରରେ ଏହି ଦୁଇ ଅନୁଷ୍ଠାନ ରାଜ୍ୟର ଚତୁର୍ଥ ଅନୁଷ୍ଠାନ ଥିବା ଜାଣିବାକୁ ମିଳିଛି। କୋଭିଡ୍‌-୧୯ ମହାମାରୀର ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟୀକାକରଣର ମାନବ ପରୀକ୍ଷା ଆରମ୍ଭ କରିବା ସହ ଏଥିସହ ଜଡିତ ସମସ୍ତ ଅନୁମୋଦନକୁ ଶୀଘ୍ର ଶେଷ କରିବାକୁ ଆଇସିଏମ୍‌ଆର ପରାମର୍ଶ ଦେଇଛି। କମ୍ୟୁନିଟି ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଇ.ଭେଙ୍କଟ ରାଓ, ଏହି ପରୀକ୍ଷଣର ମୁଖ୍ୟ ଅନୁସନ୍ଧାନକାରୀ ରହିବେ।

publive-image News Nation

ଏହା ହେଉଛି ପ୍ରଥମ ସ୍ୱଦେଶୀ କରୋନା ପ୍ରତିଷେଧକ ଟିକା ଯାହାକି ପୁଣେ ସ୍ଥିତ ଆଇସିଏମଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଏବଂ ଭରତ ବାୟୋଟେକ୍‌ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe