ଇତିହାସରେ ପ୍ରଥମ: ଔଷଧ ପରୀକ୍ଷଣ ବେଳେ ସବୁ କର୍କଟ ରୋଗୀ ସୁସ୍ଥ ହୋଇଗଲେ

Advertisment
ଇତିହାସରେ ପ୍ରଥମ: ଔଷଧ ପରୀକ୍ଷଣ ବେଳେ ସବୁ କର୍କଟ ରୋଗୀ ସୁସ୍ଥ ହୋଇଗଲେ

News PiPa

ନ୍ୟୁୟର୍କ,  କର୍କଟ ଏକ ଅସାଧ୍ୟ ରୋଗ। ଏହି ରୋଗୀଙ୍କ ଚିକିତ୍ସା ପାଇଁ ନାନା ପ୍ରକାର ପରୀକ୍ଷା ନିରୀକ୍ଷା ଚାଲିଛି। କିନ୍ତୁ ୧୮ ଜଣ ମଳାଶୟ କର୍କଟ ରୋଗୀଙ୍କଠାରେ ଏକ ନୂତନ ଔଷଧର ପରୀକ୍ଷଣ ସମୟରେ ୬ ମାସରେ ସେମାନେ ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଉଠିଛନ୍ତି, ଯାହା ଇତିହାସରେ ପ୍ରଥମ। କୌଣସି ଔଷଧ ବଜାରକୁ ଯିବା ପୂର୍ବରୁ ତା’ର କ୍ଲିନିକାଲ ଟ୍ର‌ାଏଲ କରାଯାଇଥାଏ। ଦୋସ୍ତରଲିମାବ ନାମକ ଏହି ଔଷଧର ପରୀକ୍ଷା ପାଇଁ ୧୮ ଜଣ କଲନ କର୍କଟ ରୋଗୀଙ୍କୁ ନିଆଯାଇଥିଲା। ସେମାନଙ୍କୁ ୬ ମାସ ଏହି ଔଷଧ ଦେବା ପରେ ଦେଖାଗଲା ସମସ୍ତଙ୍କର ଟ୍ୟୁମର ଅନ୍ତର୍ହିତ ହୋଇଯାଇଛି।

ଦୋସ୍ତରଲିମାବ ହେଉଛି ଏକ ଔଷଧ ଯେଉଁଥିରେ ବିଜ୍ଞାନାଗାରରେ ପ୍ରସ୍ତୁତ ଅଣୁ ରହିଛି। ଏହି ଅଣୁ ମଣିଷ ଶରୀରରେ ଆଣ୍ଟିବଡିର ବିକଳ୍ପ ଭାବେ କାମ କରେ। ଏହି ଔଷଧର ପରୀକ୍ଷା ପାଇଁ ୧୮ ଜଣ ମଳାଶୟ କର୍କଟ ରୋଗୀଙ୍କୁ ସମାନ ଔଷଧ ୬ ମାସ ପର୍ଯ୍ୟନ୍ତ ଦିଆଗଲା। ତା’ପରେ ଏଣ୍ଡୋସ୍କୋପି, ପିଇଟି ସ୍କାନ ବା ଏମ୍‌ଆର୍‌ଆଇ ସ୍କାନ ଆଦି ଯେତେ ପ୍ରକାର ପରୀକ୍ଷା କଲେ ବି କୌଣସି ରୋଗୀଙ୍କଠାରେ କର୍କଟର ଚିହ୍ନବର୍ଣ୍ଣ ମିଳିଲା ନାହିଁ। ଅର୍ଥାତ୍ ୧୮ ଜଣ ଯାକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। କର୍କଟ ରୋଗ ଇତିହାସରେ ଏହା ପ୍ରଥମ ଘଟଣା ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋନ କେଟରିଂ କ୍ୟାନସର ସେଣ୍ଟରର ଡ. ଲୁଇସ୍ ଏ. ଡିଆଜ୍ ଜେ. କହିଛନ୍ତି। ଏହି ଔଷଧ ଯୋଗୁ କାହାରିଠାରେ କୌଣସି ପାର୍ଶ୍ବପ୍ରତିକ୍ରିୟା ବି ଦେଖିବାକୁ ମିଳିନାହିଁ। ତେବେ କର୍କଟ ଗବେଷକମାନେ କହିଛନ୍ତି, ସମସ୍ତଙ୍କୁ ଉକ୍ତ ଔଷଧ ସୁଫଳ ଦେଉଛି କି ନାହିଁ ସେଥିପାଇଁ ଅଧିକ ରୋଗୀଙ୍କଠାରେ ଏହାର ପରୀକ୍ଷା କରାଯିବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe