ଲାଗୁ ହେଲା ଫାଷ୍ଟାଗ୍ ବାର୍ଷିକ ପାସ୍, ପ୍ରଥମ ଦିନରେ ବିକ୍ରି ହେଲା ଏତିକି ପାସ୍

୧୫ ଅଗଷ୍ଟ ସ୍ବାଧୀନତା ଦିବସଠାରୁ ସାରା ଦେଶରେ ଫାଷ୍ଟାଗ୍ ବାର୍ଷିକ ପାସ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଦିନରୁ ହିଁ ଏହି ନୂଆ ବାର୍ଷିକ ପାସକୁ ଉଲ୍ଲେଖନୀନ ଜନସମର୍ଥନ ମିଳିଛି ।

fastag

ନୂଆଦିଲ୍ଲୀ : ୧୫ ଅଗଷ୍ଟ ସ୍ବାଧୀନତା ଦିବସଠାରୁ ସାରା ଦେଶରେ ଫାଷ୍ଟାଗ୍ ବାର୍ଷିକ ପାସ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଦିନରୁ ହିଁ ଏହି ନୂଆ ବାର୍ଷିକ ପାସକୁ ଉଲ୍ଲେଖନୀନ ଜନସମର୍ଥନ ମିଳିଛି । ପ୍ରଥମ ଦିନ ଅପରାହ୍ଣ ସାଢେ ୪ଟା ସୁଦ୍ଧା ପ୍ରାୟ ୧ ଲକ୍ଷ ୨୦ ହଜାର ପାସ୍ ବିକ୍ରି ହେବା ସହ ଆକ୍ଟିଭେଟ୍ ହୋଇଛି । ଆହୁରି ମଧ୍ୟ ପ୍ରଥମ ଦିନ ଟୋଲ ପ୍ଲାଜାଗୁଡ଼ିକରେ ବାର୍ଷିକ ପାସ ବ୍ୟବହାର କରି ପ୍ରାୟ ୧ ଲକ୍ଷ ୨୪ ହଜାର ଟ୍ରାଞ୍ଜାକ୍ସନ କରାଯାଇଥିଲା । 

 ସୂଚନା ଅନୁସାରେ ଜାତୀୟ ରାଜପଥ ବ୍ୟବହାରକାରୀଙ୍କୁ ଏକ ସୁଲଭ ଏବଂ ସହଜ ଯାତ୍ରା ବିକଳ୍ପ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବାର୍ଷିକ ପାସ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଫାଷ୍ଟାଗ୍ ବାର୍ଷିକ ପାସ୍ ଏକ ବର୍ଷ କିମ୍ବା ସର୍ବାଧିକ ୨୦୦ ଟୋଲ୍ ପ୍ଲାଜା ଅତିକ୍ରମଣ ପାଇଁ ବୈଧ ରହିବ ଯାହାର ଏକକାଳୀନ ମୂଲ୍ୟ ୩୦୦୦ ଟଙ୍କା ହେବ ।

 ସୂଚନା ଅନୁସାରେ ଜାତୀୟ ରାଜପଥ ବ୍ୟବହାରକାରୀଙ୍କୁ ଏକ ସୁଲଭ ଏବଂ ସହଜ ଯାତ୍ରା ବିକଳ୍ପ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବାର୍ଷିକ ପାସ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଫାଷ୍ଟାଗ୍ ବାର୍ଷିକ ପାସ୍ ଏକ ବର୍ଷ କିମ୍ବା ସର୍ବାଧିକ ୨୦୦ ଟୋଲ୍ ପ୍ଲାଜା ଅତିକ୍ରମଣ ପାଇଁ ବୈଧ ରହିବ ଯାହାର ଏକକାଳୀନ ମୂଲ୍ୟ ୩୦୦୦ ଟଙ୍କା ହେବ । ଏହି ବାର୍ଷିକ ପାସ୍ କେବଳ ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ବୈଧ ହେବ। କିନ୍ତୁ ଏହି ପାସ୍ ରାଜ୍ୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ପ୍ରଯୁଜ୍ୟ ହେବ ନାହିଁ। 

ବାର୍ଷିକ ପାସ୍ ସମସ୍ତ ଅଣ-ବ୍ୟବସାୟିକ ଯାନ ଯେପରିକି କାର, ଜିପ୍ ଏବଂ ଭ୍ୟାନ ପାଇଁ ପ୍ରଯୁଜ୍ୟ। ବାର୍ଷିକ ପାସ୍ ସକ୍ରିୟ କରିବା ପାଇଁ ଏକ ପୃଥକ ଲିଙ୍କ୍ ହାଇୱେ ଯାତ୍ରା ଆପରେ ଉପଲବ୍ଧ। ଏହି ଲିଙ୍କ୍ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସରକାରୀ ୱେବସାଇଟରେ ମଧ୍ୟ ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe