ଅତ୍ୟଧିକ ଉପବାସ ପ୍ରାଣ ନେଲା: ଇଣ୍ଟରନେଟ୍‌ ପରାମର୍ଶରେ ଖାଲି ଗରମ ପାଣି ପିଉଥିଲେ ଶ୍ରୀନନ୍ଦା

Advertisment

କେରଳର କନ୍ନୁର ଜିଲ୍ଲାର ଜଣେ ୧୮ ବର୍ଷୀୟା ଯୁବତୀ ଅତ୍ୟଧିକ ଉପବାସ କରି ପ୍ରାଣ ହରାଇଛନ୍ତି। ଯୁବତୀଙ୍କ ନାଁ ଶ୍ରୀନନ୍ଦା। ଓଜନ କମାଇବାପାଇଁ ଇଣ୍ଟରନେଟ୍‌ରୁ ଅନ୍‌ଲାଇନ୍‌ ପରାମର୍ଶ ଗ୍ରହଣ କରି ସେ ଦୀର୍ଘ ଦିନ ଧରି ଖାଇବା ପିଇବା କଟକଣାରେ ରହିଲେ।

କେରଳର କନ୍ନୁର ଜିଲ୍ଲାର ଜଣେ ୧୮ ବର୍ଷୀୟା ଯୁବତୀ ଅତ୍ୟଧିକ ଉପବାସ କରି ପ୍ରାଣ ହରାଇଛନ୍ତି। ଯୁବତୀଙ୍କ ନାଁ ଶ୍ରୀନନ୍ଦା। ଓଜନ କମାଇବାପାଇଁ ଇଣ୍ଟରନେଟ୍‌ରୁ ଅନ୍‌ଲାଇନ୍‌ ପରାମର୍ଶ ଗ୍ରହଣ କରି ସେ ଦୀର୍ଘ ଦିନ ଧରି ଖାଇବା ପିଇବା କଟକଣାରେ ରହିଲେ।

Dead

ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାର ଜଣେ ୧୮ ବର୍ଷୀୟା ଯୁବତୀ ଅତ୍ୟଧିକ ଉପବାସ କରି ପ୍ରାଣ ହରାଇଛନ୍ତି। ଯୁବତୀଙ୍କ ନାଁ ଶ୍ରୀନନ୍ଦା। ଓଜନ କମାଇବାପାଇଁ ଇଣ୍ଟରନେଟ୍‌ରୁ ଅନ୍‌ଲାଇନ୍‌ ପରାମର୍ଶ ଗ୍ରହଣ କରି ସେ ଦୀର୍ଘ ଦିନ ଧରି ଖାଇବା ପିଇବା କଟକଣାରେ ରହିଲେ। ପରିଶେଷରେ ଅସୁସ୍ଥ ହୋଇପଡ଼ି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ।  କିଛି ଦିନ ଭେଣ୍ଟିଲେଟରରେ ରହିବାପରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ପୂର୍ବରୁ ତାଙ୍କୁ କୋଝିକୋଡ୍‌ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ଶ୍ରୀନନ୍ଦାଙ୍କ ସମ୍ପର୍କୀୟଙ୍କ କହିବା‌ ଅନୁଯାୟୀ ସେ ଓଜନ ବଢ଼ିବା ଭୟରେ ଖାଇବା ଛାଡ଼ିଦେଲେ ଏବଂ ଅତ୍ୟଧିକ ବ୍ୟାୟାମ କଲେ। ଏପରିକି ବାପା ମା’ ଯେଉଁ ଖାଦ୍ୟ ଖାଇବାକୁ ଦିଅନ୍ତି ‌ସେ ଖାଦ୍ୟ  ଲୁଚାଇ ଦେଇ କେବଳ ଗରମ ପାଣି ପିଅନ୍ତି। ୫ ମାସ ପୂର୍ବେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ଖାଇବା ଠିକ୍‌ କରିବା ସହ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବାପାଇଁ କହିଥିଲେ। ୨ ମାସ ପୂର୍ବେ ତାଙ୍କୁ କୋଝିକୋଡ଼ ମେଡିକାଲ କଲେଜ ନିଆଯାଇଥିଲା। ତାଙ୍କ ଓଜନ ମାତ୍ର ୨୪ କିଗ୍ରା ରହିଥିଲା। ଭେଣ୍ଟିଲେଟରରେ ରଖାଯିବା ପରେ ବି ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହେଲାନାହିଁ। ଶେଷରେ  ତାଙ୍କର ମୃତ୍ୟୁ ହୋଇଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe