ଦେଶରେ ସବୁଠୁ ତ୍ବରିତ ଜମି ଅଧିଗ୍ରହଣ ପ୍ରକ୍ରିୟା : ଗୋଟିଏ କୃଷକ ପରିବାର ପାଇଛନ୍ତି ୨୩ କୋଟି ଟଙ୍କା

Advertisment
ଦେଶରେ ସବୁଠୁ ତ୍ବରିତ ଜମି ଅଧିଗ୍ରହଣ ପ୍ରକ୍ରିୟା : ଗୋଟିଏ କୃଷକ ପରିବାର ପାଇଛନ୍ତି ୨୩ କୋଟି ଟଙ୍କା

Times of India

ମୁମ୍ବାଇ : ଔରଙ୍ଗାବାଦ୍‌ ଜିଲ୍ଲାର ଦ୍ୟାନେଶ୍ବର ଦିଗାମ୍ବର କୋଲ୍‌ଟେ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖକୁ କେବେ ଭୁଲିପାରିବେ ନାହିଁ। ଏହିଦିନ ଦ୍ୟାନେଶ୍ବରଙ୍କ ବାପାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମି ବାବଦରେ କ୍ଷତିପୂରଣ ଅର୍ଥ ଜମା ହୋଇଥିବା ନେଇ ମେସେଜ୍‌ ପାଇଥିଲେ। କୋଲଟେ ପରିବାରରେ ୩ ଭାଇଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ ଥିଲା। ମୁମ୍ବାଇ -ନାଗପୁର ସମୃଦ୍ଧି ଏକ୍ସପ୍ରେସ୍‌ୱେ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହି କୋଲ୍‌ଟେ ପରିବାର ସେମାନଙ୍କ ୧୬ ଏକର ପୈତୃକ କୃଷି ଜମିରୁ ୯.୫ ଏକର ଜମି ଦେଇଥିଲେ। ଏଥିପାଇଁ କୋଲ୍‌ଟେ ପରିବାର ରାଜ୍ୟ ସରକାରଙ୍କ ପାଖରୁ ସର୍ବାଧିକ ୨୩.୪ କୋଟି କ୍ଷତିପୂରଣ ପାଇଛନ୍ତି। ଦ୍ୟାନେଶ୍ବର କହିଛନ୍ତି, ତାଙ୍କ ପରିବାର ଚାଷରୁ ବାର୍ଷିକ ୩ ଲକ୍ଷରୁ ୫ ଲକ୍ଷ ରୋଜଗାର କରନ୍ତି। କୋଲ୍‌ଟେ ପରିବାର ଉକ୍ତ ସମ୍ପତି ସହ ଭାବନ ସ୍ତରରେ ଅତି ଘନିଷ୍ଠ ଭାବେ ଜଡ଼ିତ। କିନ୍ତୁ ସମ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କଠାରୁ ଯେଉଁ କ୍ଷତିପୂରଣ ଆସିଥିଲା ଏହାକୁ ଭଲଭାବେ ମୂଲ୍ୟାୟନ କରିବାପରେ ସେମାନେ ଜମି ଦେବାପାଇଁ ରାଜି ହୋଇଥିଲେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୬-୧୭ରେ ମୁମ୍ବାଇ-ନାଗପୁର ମଧ୍ୟ‌ରେ ୭୦୧ କିମି ଲମ୍ବର ଏକ ରାସ୍ତା ପ୍ରକଳ୍ପ ଆରମ୍ଭ ହେବା ସମୟରେ ଏହି ଅଞ୍ଚଳର ୧୦ଟି ଜିଲ୍ଲାରେ ଆନ୍ଦୋଳନ ହୋଇଥିଲା। ହଜାର ହଜାର କୃଷକ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ। ବିଶେଷ କରି ନାଶିକ ଏବଂ ଔରଙ୍ଗାବାଦ୍‌ ଜିଲ୍ଲାରେ ଜମି ଅଧିଗ୍ରହଣକୁ ବ‌ିରୋଧ କରି ଅଧିକାରୀମାନଙ୍କୁ ଘଉଡ଼ାଇ ଦିଆଯାଇଥିଲା। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ପ୍ରବଳ ବିରୋଧ ହେବାପରେ ସରକାର ଜମିର ବଜାର ମୂଲ୍ୟ ତୁଳନାରେ ୫ ଗୁଣା ଅଧିକ କ୍ଷତିପୂରଣ ଦେବାପାଇଁ କହିଥିଲେ। ତେବେ ୩୪ ହଜାର ପରିବାରଠାରୁ ୨୫ ହଜାର ଏକର ଚାଷଜମି ଅକ୍ତିଆର ପାଇଁ ୮ ହଜାର କୋଟି ଦେବାକୁ ପଡ଼ିଛି ବୋଲି ଏମ୍‌ଏସ୍‌ଆର୍‌ଡିସି (ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମ) ଉପାଧ୍ୟକ୍ଷ ଏବଂ ଏମ୍‌ଡି ରାଧେଶ୍ୟାମ ମୋପାଲ୍‌ୱାର କହିଛନ୍ତି। ଦେଶରେ ଏହା ସବୁଠୁ ତ୍ବରିତ ଜମି ଅଧିଗ୍ରହଣ ପ୍ରକ୍ରିୟା‌ ବୋଲି ଏମ୍‌ଏସଆର୍‌ଡିସିର ଉପଜିଲ୍ଲାପାଳ ଏବଂ ପ୍ରଶାସକ ଏଚ୍‌ଭି ଅର୍‌ଗୁଣ୍ଡେ କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାପାଇଁ ୨୮ ହଜାରରୁ ଅଧିକ କର୍ମୀ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe