୧୬ ରାତିରୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ

Advertisment
୧୬ ରାତିରୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ

Image Courtesy of Dailyhunt

ନୂଆଦିଲ୍ଲୀ : ୧୬ ତାରିଖ (ସୋମବାର-ମଙ୍ଗଳବାର) ମଧ୍ୟରାତ୍ରୀରୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବ। ନହେଲେ ୪ ଚକିଆ ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ଦୁଇ ଗୁଣା ଶୁଳ୍କ ଦେବାକୁ ପଡ଼ିବ। ଟୋଲ୍‌ ପ୍ଲାଜାର ସବୁ ଲେନ୍ ଫାସ୍‌ଟ୍ୟାଗ୍‌ ଲେନ୍‌ରେ ରୂପାନ୍ତରିତ ହୋଇଯିବ। ଫାସ୍‌ଟ୍ୟାଗ୍‌ ପାଇଁ ସମୟ ସୀମା ଆଉ ବଢ଼ିବ ନାହିଁ ବୋଲି ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ସ୍ପଷ୍ଟ କରିଛନ୍ତି। ତେଣୁ ତୁରନ୍ତ ଫାସ୍‌ଟ୍ୟାଗ୍‌ କିଣି ଲଗାଇବାକୁ ସେ ଗାଡ଼ି ମାଲିକମାନଙ୍କୁ ସେ ଆହ୍ବାନ ଦେଇଛନ୍ତି। ଫାସ୍‌ଟ୍ୟାଗ୍‌ ହେଉଛି ପ୍ଲା‌ଷ୍ଟିକ୍ ଷ୍ଟିକର୍‌ ଭଳି ଯାହାକୁ ଗାଡ଼ି ଭିତର ପଟୁ କାଚରେ ଲଗାଇବାକୁ ହେବ। ସରକାରୀ ଓ ଘରୋଇ ବ୍ୟାଙ୍କରୁ ଅନ୍‌ଲାଇନ୍‌ରେ ଫାସ୍‌ଟ୍ୟାଗ୍‌ ମଗାଇ ହେଉଛି। ଏହା ଘରେ ପହଞ୍ଚିବା ପରେ ପଞ୍ଜୀକୃତ ମୋବାଇଲ୍‌ ନମ୍ବର ଜରିଆରେ ଅତି ସହଜରେ ରିଚାର୍ଜ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe