ଅଦ୍ଭୁତ ମାନସିକତା: ଝିଅ ଜନ୍ମ ହେବାରୁ ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ବାପା

Advertisment
ଅଦ୍ଭୁତ ମାନସିକତା: ଝିଅ ଜନ୍ମ ହେବାରୁ ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ବାପା

ପାଟନା: 'କନ୍ୟା ରତନ, କର ଯତନ' କଥା ଆପଣ ଶୁଣିଥିବେ | କିନ୍ତୁ କନ୍ୟା ଜନ୍ମ ହେବାରୁ ଜଣେ ବାପା ଆତ୍ମହତ୍ୟା ଉଦ୍ୟମ କରିବାର ଖବର ସାମ୍ନାକୁ ଆସିଛି | ବିହାରର ବାଗାହା ସବ-ଡିଭିଜନାଲ ହସ୍ପିଟାଲରେ ଜଣେ ମହିଳା ଝିଅଟିଏ ଜନ୍ମ ଦେଇଥିବାବେଳେ ତାଙ୍କ ସ୍ୱାମୀ ଏହି ଖବର ଶୁଣିବା ପରେ ପୋଖରୀକୁ ଡେଇଁପଡିଥିଲେ। କେବଳ ଏତିକି ନୁହେଁ ମହିଳାଙ୍କ ସ୍ୱାମୀ ଏବଂ ଶାଶୁ ନବଜାତ ଶିଶୁକୁ ଘରକୁ ନେବାକୁ ମନା କରିଦେଇଥିଲେ।

ମହିଳାଙ୍କର ପୂର୍ବରୁ ତିନୋଟି ଝିଅ ଥିଲେ | ପରିବାର ସଦସ୍ୟମାନେ ଏଥର ଏକ ପୁଅ ହେବାର ଆଶା ରଖିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବାଗାହା ଶାସ୍ତ୍ରୀନଗର ଅଞ୍ଚଳର ପ୍ରଦୀପ ସାହନିଙ୍କ ପତ୍ନୀ ରୀତା ଦେବୀ ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଜନ୍ମ ଦେବାର ୧୨ ଘଣ୍ଟାରୁ ଅଧିକ ସମୟ ବିତିଯିବା ପରେ ବି ମହିଳାଙ୍କ ଶାଶୂଘର ଲୋକ ତାଙ୍କୁ ନେବା ପାଇଁ ଆସିନଥିଲେ |

ଆଶା କର୍ମୀ ଯେତେବେଳେ କନ୍ୟାର ବାପା ପ୍ରଦୀପ ସାହନିଙ୍କୁ ଝିଅର ଜନ୍ମ ବିଷୟରେ ଅବଗତ କରାଇଲେ, ସେ ଗାଁ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ | ତେବେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଆଶା କର୍ମୀ କହିଛନ୍ତି ଯେ ମହିଳାଙ୍କ ସ୍ୱାମୀ ବାରମ୍ବାର ଧମକ ଦେଉଥିଲେ ଯେ ଯଦି ଝିଅଟିଏ ଜନ୍ମ ହେବ ତେବେ ସେ ତାକୁ ହତ୍ୟା କରିବ। ଏହା ପରେ ହସ୍ପିଟାଲ ପ୍ରଶାସନ ରୀତା ଦେବୀଙ୍କ ଶାଶୁ ଏବଂ ତାଙ୍କ ସ୍ୱାମୀଙ୍କୁ ବୁଝାଇଥିଲେ, ତା’ପରେ ସେମାନେ ଝିଅକୁ ଘରକୁ ନେବାକୁ ରାଜି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe