ବିସ୍‌ଲେରିକୁ ନେଇ ବାପ-ଝିଅ ମତଭେଦ

କଂପାନି ସମ୍ଭାଳିବାକୁ ଚାହୁନାହାନ୍ତି ଜୟନ୍ତୀ

ବିସ୍‌ଲେରିକୁ ନେଇ ବାପ-ଝିଅ ମତଭେଦ

reprentational immage - NDTV.com

ନୂଆଦିଲ୍ଲୀ: ଲୋକପ୍ରିୟ ପାନୀୟ ବୋତଲ ବିସ୍‌ଲେରିକୁ କିଏ ସମ୍ଭାଳିବ ତାହା ଏକ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଗତକାଲି ଖବର ଆସିଥିଲା କଂପାନିକୁ ଏହାର ମାଲିକ ରମେଶ ଚୌହ୍ବାନଙ୍କ ଏକମାତ୍ର ଝିଅ ଜୟନ୍ତୀ ସମ୍ଭାଳିବେ। କିନ୍ତୁ ଆଜି ଭିନ୍ନ କଥାକୁ ଆସିଛି। ବିସ୍‌ଲେରିକୁ ସମ୍ଭାଳିବା ଲାଗି ଜୟନ୍ତୀ ଚାହୁନଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଏହି ବ୍ୟବସାୟ ପ୍ରତି ତାଙ୍କର ଆଗ୍ରହ ନଥିଲା। ସେଥିପାଇଁ ଗତବର୍ଷ ନଭେମ୍ବରରେ ବାପା ରଗେଶ ବିସ୍‌ଲେରିକୁ ବିକ୍ରି କରିବା ଲାଗି ଟାଟା ସହିତ ଆଲୋଚନା ଆରମ୍ଭ କରିଥିଲେ। ସେ ୬୦୦୦-୭୦୦୦ କୋଟି ଟଙ୍କାରେ ବିସ୍‌ଲେରିକୁ ବିକ୍ରି କରିବା ଲାଗି ମୁଲଚାଲ କରୁଥିଲେ। ମାତ୍ର ଉଭୟ ପକ୍ଷ ମଧ୍ୟରେ ସହମତି ନହେବାରୁ ଆଲୋଚନାରୁ ଟାଟା ଓହରିଯାଇଥିଲା।

ଟାଟା ଗ୍ରୁପ୍‌ ସହ କଥାବାର୍ତା ବାଟ ବନ୍ଦ ହୋଇଯିବା ପରେ ରମେଶ ଗତକାଲି ଘୋଷଣା କରିଥିଲେ ଯେ ବିସ୍‌ଲେରିକୁ ତାଙ୍କ ଝିଅ ଜୟନ୍ତୀ ସମ୍ଭାଳିବେ। ସେଥିରେ ତାଙ୍କୁ କଂପାନିରୁ ସିଇଓ ଆଞ୍ଜେଲୋ ଜର୍ଜ ସହଯୋଗ କରିବେ। ଏକ ତରଫା ଭାବେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଜୟନ୍ତୀ ବିରକ୍ତ ହୋଇଛନ୍ତି। ଲିଙ୍କଡ୍‌ଇନ୍‌ରେ ଜୟନ୍ତୀ ଲେଖିଛନ୍ତି ଯେ ମୋ ପାଇଁ ମୋ ବାପା କିଛି କହିବା ଦରକାର ନାହିଁ। ମୋ କଥା ମୁଁ ନିଜେ କହିପାରିବି। କିଛି ସମୟ ପରେ ସେ ସେହି ପୋଷ୍ଟ୍‌କୁ ଡିଲିଟ୍‌ କରିଦେଇଥିଲେ। ଏହି ଲେଖାରୁ ଏହା ଜଣାପଡ଼ୁଛି ଯେ ରମେଶ ଓ ଜୟନ୍ତୀଙ୍କ ଭିତରେ ଏବେବି ବିସ୍‌ଲେରିକୁ ନେଇ ମତଭେଦ ରହିଛି। ଜୟନ୍ତୀ ଅମଙ୍ଗ ଥିବାରୁ ନିଜ ମୂଲ୍ୟବାନ ସମ୍ପତ୍ତି ବିସ୍‌ଲେରିକୁ ରମେଶ ଅଣଦେଖା କରିବାକୁ ଚାହୁନାହାନ୍ତି। ଜଣେ ପ୍ରଫେସନାଲ୍ ସିଇଓଙ୍କ ଜରିଆରେ କଂପାନିକୁ ଆଗକୁ ବଢ଼ାଇବା ଉପରେ ସେ ବିଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe