ଶାଳୀଙ୍କୁ ବିବାହ କରିବାକୁ ୪ ଝିଅଙ୍କୁ ବିଷ ଦେଇ ମାରିଦେଲା ବାପା

ପଦୋନ୍ନତି ପାଇଁ ମନା କରିବାରୁ ସିନିୟରଙ୍କୁ ହତ୍ୟା ଲାଗି ୨୦ ଲକ୍ଷ ସୁପାରି

photo-the express tribune

ଜୟପୁର: ଶାଳୀଙ୍କୁ ବିବାହ କରିବାକୁ ୪ ଝିଅଙ୍କୁ ହତ୍ୟା କଲା ବାପା | ରାଜସ୍ଥାନର ବାଡ଼ମେରରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ଅଭିଯୁକ୍ତ ବାପା ଚାରି ଝିଅଙ୍କୁ ବିଷ ଦେଇ ହତ୍ୟା କରିବା ପରେ ପାଣି ଟାଙ୍କିରେ ଫିଙ୍ଗିଦେଇଥିଲେ | ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ | ତେବେ ପଡୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଗିରଫ କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଛି |

ସୂଚନା ମୁତାବକ ଅଭିଯୁକ୍ତ ବାପା ଜଣକ ତାଙ୍କ ଶାଳୀଙ୍କୁ ବିବାହ କରିବାକୁ ଚାଁହୁଥିଲେ | ଶାଳୀଙ୍କୁ ବିବାହ କରିବାକୁ ସେ ଯୋଜନା କରିଥିବାବେଳେ ୪ ଝିଅ ବାଧକ ସାଜିଥିଲେ | ଏହି କାରଣରୁ ଅଭିଯୁକ୍ତ ପୁରଖା ରାମ ୪ ଝିଅଙ୍କୁ ବିଷ ଦେଇ ହତ୍ୟା କରିଥିଲେ | ଏହା ପରେ ସେମାନଙ୍କୁ ଏକ ପାଣିଟାଙ୍କିରେ ଫିଙ୍ଗିଦେଇଥିଲେ |

ହତ୍ୟା କରିବା ପରେ ରାମ ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ | ତେବେ ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି | ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି | ମୃତ୍ୟୁ ହୋଇଥିବା ଚାରି ଝିଅଙ୍କ ନାମ ଜିଓ (୯), ନୋଜି (୭), ହିନା (୩) ଏବଂ ଦେଢ଼ ବର୍ଷ ଲକ୍ଷ୍ମୀ ହୋଇଥିବାବେଳେ ସେମାନଙ୍କ ମା ଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe