୩ ପୁଅଙ୍କୁ ବୁଡ଼ାଇ ମାରିଲା ବାପା

Advertisment
୩ ପୁଅଙ୍କୁ ବୁଡ଼ାଇ ମାରିଲା ବାପା

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ବାପା ତା’ ୩ ପିଲାଙ୍କୁ ନଦୀରେ ବୁଡ଼ାଇ ମାରିଦେଇଛି। ଘରୋଇ କଳିରୁ ସେ ଏଭଳି ନୃଶଂସ କାଣ୍ଡ ଘଟାଇଛି। ପୁଲିସ ପକ୍ଷରୁ ନିଭା ନଦୀରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରଯାଇଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ସୂଚନା ମୁତାବକ ବାଲା ଗଙ୍ଗାପାଲ୍ଲେ ଗ୍ରାମର ଜଣେ ଟ୍ରକ୍‌ ଡ୍ରାଇଭର ଭେଙ୍କଟେଶ୍ୱାରଲୁ ରୀତିମତ ମଦ ପିଇ ତା’ ପତ୍ନୀ ଅମରବାତୀ ସହ ଝଗଡ଼ା କରେ। ତେବେ ସ୍ୱାମୀର ଏଭଳି କାଣ୍ଡକୁ ସହିନପାରି ପତ୍ନୀ ଅମରାବତୀ ୩ ପୁଅଙ୍କୁ ଧରି ଗତ ରବିବାର ସକାଳେ ନିଜ ବାପ ଘରକୁ ଚାଲିଗଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ୩ ପିଲାଙ୍କୁ ବଳପୂର୍ବକ ଶ୍ୱଶୁରଘରୁ ଆଣିବା ପରେ ସେମାନଙ୍କୁ ନୀଭା ନଦୀରେ ବୁଡ଼ାଇ ମାରି ଦେଇଛନ୍ତି। ଏହାପରେ ଫୋନ୍‌ କରି ପତ୍ନୀଙ୍କୁ ସେ ଜଣାଇଥିଲେ। ଅମରାବତୀ ଏବଂ ତାଙ୍କ ପରିବାର ସଦସ୍ୟ ପୁଲିସରେ ଖବର ଦେବାପରେ ପୁଲିସ ନୀଭା ନଦୀରୁ ୩ ଜଣଙ୍କୁ ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe