ବଂଶ ଶେଷ କରି ଆସିଲି, କାହିଁକି ଏଭଳି କହିଲେ ଜଣେ ବାପା ?

Advertisment
ବଂଶ ଶେଷ କରି ଆସିଲି, କାହିଁକି ଏଭଳି କହିଲେ ଜଣେ ବାପା ?

photo-dainik jagaran

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ବାପା ତାଙ୍କ ୮ ବର୍ଷର ନିରୀହ ପୁଅକୁ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିଲେ | ଏହି ଘଟଣା ପରେ ହତ୍ୟାକାରୀ ବାପା ଥାନାରେ ପହଂଚି ତାଙ୍କ ପୁଅକୁ ହତ୍ୟା କରିବା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ସେ ତାଙ୍କ ଅପରାଧକୁ ପୁଲିସ ନିକଟରେ ସ୍ୱୀକାର କରି କହିଥିଲେ ଯେ 'ମୁଁ ମୋ ପୁଅକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଛି ଆଉ ବଂଶକୁ ସମାପ୍ତ କରିଦେଇଛି ' |

ସୂଚନା ଅନୁଯାୟୀ, ସୁନୀଲ ଜୟସ୍ବାଲ ନାମକ ବ୍ୟକ୍ତି ତାଙ୍କ ପୁଅକୁ ହତ୍ୟା କରିବା ପୂର୍ବରୁ ବଜାରକୁ ନେଇଥିଲେ। ଅଭିଯୁକ୍ତଙ୍କ ଝିଅର ଜନ୍ମଦିନ ଥିବାରୁ କେକ୍ ନେବା ବାହାନାରେ ବାପା ପୁଅକୁ ସାଙ୍ଗରେ ନେଇ ବଜାର ଯାଇଥିଲେ | ଏହାପରେ ନିଜ ବେଲ୍ଟରେ ପୁଅର ହାତକୁ ବାନ୍ଧି ବେନଗଙ୍ଗା ନଦୀରେ ବୁଡାଇ ହତ୍ୟା କରିଥିଲେ |

publive-image photo-aajtak

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ବାଲାଘାଟ ଥାନା ଅଧିକାରୀ ବିଜୟ ପରସ୍ତେ କହିଛନ୍ତି ଯେ ସୁନୀଲ ଜୟସୱାଲ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ନଦୀରେ ବୁଡ଼ାଇ ହତ୍ୟା କରିଥିଲେ। ଅଭିଯୁକ୍ତ କହିଥିଲେ ଯେ ତାଙ୍କ ପାଖରେ କୌଣସି କାମ ନଥିବାରୁ ପରିବାର ଚଳାଇବାକୁ ସକ୍ଷମ ହୋଇନଥିଲେ | ତେଣୁ ସେ ନିଜ ପୁଅକୁ ମାରି ବଂଶ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ | ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଏହି ପୁଅକୁ ହରାଇ ପରିବାରରେ ଏବେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe