ନୁସରତ କହିଲେ, ‘ବାପା ହିଁ ଜାଣିଛି ମୋ ଶିଶୁର ବାପା କିଏ’

ନୁସରତ କହିଲେ, ‘ବାପା ହିଁ ଜାଣିଛି ମୋ ଶିଶୁର ବାପା କିଏ’

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ଗତ ମାସରେ ମା’ ହୋଇଥିଲେ। ନୁସରତଙ୍କ କହିବା ଅନୁସାରେ ସେ କାମକୁ ଫେରି ଆସିଛନ୍ତି। ଯେଉଁଲୋକମାନେ ତାଙ୍କୁ ଭୋଟ ଦେଇଛନ୍ତି ସେମାନଙ୍କ ପ୍ରତି ତାଙ୍କର କିଛି କର୍ତ୍ତବ୍ୟ ରହିଛି। ନୁସରତ ତାଙ୍କ ଶିଶୁର ବାପାଙ୍କ ନାମ କହିବାକୁ ମନା କରି ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଆଗାମୀ ଅଧିବେଶନରେ ସେ ସଂସଦରେ ନଜର ଆସିବେ। ଆଉ କୌଣସି ପ୍ରକାର ଉତ୍ତର ଦେବାକୁ ସେ ପ୍ରସ୍ତୁତ ଅଛନ୍ତି। ନୁସରତ ଜହାଁ ପୁତ୍ର ସନ୍ତାନକୁ ଅଗଷ୍ଟ ୨୬ ତାରିଖ ଦିନ ଜନ୍ମ ଦେଇଥିଲେ।

ଗତ ବୁଧବାର କଲିକତାରେ ଏକ ସେଲୁନର ଶୁଭାରମ୍ଭ କରିବା ପାଇଁ ନୁସରତ ପହଞ୍ଚିଥିଲେ। ଆଉ ସେଠାରେ ସେ ଗଣମାଧ୍ୟମ କହିଛନ୍ତି, ଭଲ ଲାଗୁଛି,  ଏକ ନୂଆ ଜୀବନ ପାଇଛି। ଏହା ଏକ ନୂଆ ଆରମ୍ଭ ଭଳି ଲାଗୁଛି। ଜୀବନର ଏଭଳି ପରିସ୍ଥିତି ମୋତେ ଆହୁରି ସୁନ୍ଦର ଓ ଶକ୍ତିଶାଳୀ କରି ଦେଇଛି। ମୋର କିଛି କର୍ତ୍ତବ୍ୟ ଅଛି ଯାହାକୁ ମୋତେ ପୂରା କରିବାର ଅଛି।

କର୍ତ୍ତବ୍ୟ, ମୋର ପରିବାର ପ୍ରତି ରହିଛି ସେହି ଲୋକଙ୍କ ପ୍ରତି ରହିଛି ଯେଉଁମାନେ ମୋତେ ଭୋଟ ଦେଇ ଜିତାଇଥିଲେ। ତେଣୁ ମୁଁ କାମକୁ ଫେରି ଆସିଛି। ମୁଁ ସମସ୍ତ କାମକୁ ସଠିକ ଭାବେ ବାଣ୍ଟି ଦେଇଛି। କାରଣ ଜଣେ ମା’ ଭାବେ ବି ମୋତେ ଏବେ କାମ କରିବାର ଅଛି। ମୁଁ ଲୋକଙ୍କୁ କହୁଛି ଟିକେ ଶୀଘ୍ର କାମ ସାରନ୍ତୁ। ଘରେ ମୋର ଛୋଟ ଛୁଆ ରହିଛି। ସେ ମୋର ଅପେକ୍ଷା କରିଥିବ।’

ଏହି  ସମୟରେ ଶିଶୁର ପିତାଙ୍କୁ ନେଇ ପ୍ରଶ୍ନ କରାଯିବାରୁ ନୁସରତ କହିଥିଲେ, ବାପା ହିଁ ଜାଣିଛି ଶିଶୁର ପିତା କିଏ। ଏହି ସମୟରେ ମୁଁ ଉଭୟ ମା’ ଓ ବାପା ହେବାର ସୁଖ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe