The Independent
ନ୍ୟୁୟର୍କ: ଆମେରିକାର ଜଣେ ୧୮ ବର୍ଷର ତରୁଣ ନିଜର ବାପା-ମାଆ, ବଡ଼ ଭଉଣୀ ଓ ଜଣେ ୫ ବର୍ଷର ଭାଇଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି। ସେସାର ଓଲାଲଡେ ନାମକ ଏହି ଯୁବକର ଅଭିଯୋଗ ହେଉଛି ତା’ ପରିବାର ନରମାଂସଭକ୍ଷୀ ଏବଂ ସେମାନେ ତାକୁ ମାରି ତା’ର ମାଂସ ଖାଇବାକୁ ଯୋଜନା କରିଥିଲେ। ପୁଲିସର କହିବା ଅନୁସାରେ, ଯୁବକଟି ନିଜ ପରିମାରକୁ ମାରି ମଙ୍ଗଳବାର ଆତ୍ମହତ୍ୟା କରିବାକୁ ଯୋଜନା କରିଥିବା ନେଇ ସୂଚନା ପାଇବା ପରେ ସେମାନେ ତା’ ଘରେ ପହଞ୍ଚି ଯୁବକକୁ କବ୍ଜା କରି ନେଇଥିଲେ।
ସେମାନେ ଉକ୍ତ ଘରୁ ଯୁବକର ବାପା ରିଉବେନ ଓଲାଲଡେ, ମାଆ ଆଇଡ଼ା ଗାସିଆ, ବଡ଼ ଭଉଣୀ ଲିସବେଟ ଓଲାଲଡେ ଓ ସାନଭାଇ ଓଲିଭର ଓଲାଲଡେର ଶବ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଗୁଳି କରି ହତ୍ୟା କରିବା ପରେ ଏକ ବାଥ୍ରୁମ୍ରେ ନେଇ ରଖାଯାଇଥିଲା। ଘର ସାରା ରକ୍ତ ପଡ଼ିଥିଲା। ଯୁବକର କହିବା ଅନୁସାରେ ତାଙ୍କ ବାପା-ମାଆ ମଣିଷ ମାଂସ ଖାଆନ୍ତି ଓ ତାକୁ ମାରି ତା’ର ମାଂସ ଖାଇବାକୁ ଯୋଜନା କରିଥିଲେ। ସେଥିପାଇଁ ସେ ସେମାନଙ୍କୁ ଗୁଳି କରି ହତ୍ୟା କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।
Follow Us