ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରି ଛୁରାମାଡ଼ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ବାଂଲାଦେଶୀ ଅଭିଯୁକ୍ତକୁ ଗିରଫ କରିଛି।
ଆକ୍ରମଣକାରୀ ଶରିଫୁଲ ଇସଲାମ ଶହଜାଦର ବାପା ମହମ୍ମଦ ରୁହୁଲ ଅମିନ ଫକିର କହିଛନ୍ତି, ‘ ମୋ ପୁଅ ନିର୍ଦ୍ଦୋଷ। ମୋ ପୁଅ ସୈଫଙ୍କ ଘରର ସିସିଟିଭି ଫୁଟେଜରେ ନଜର ଆସିଥିବା ଆକ୍ରମଣକାରୀ ପରି ଦେଖାଯାଉଥିଲା ତେଣୁ ପୁଲିସ ତାକୁ ଗିରଫ କରିଛି।
ଅଧିକପଢ଼ନ୍ତୁୂ:୨୫ବର୍ଷ ପରେ ଭାରତ ଫେରିଲେ ମମତା କୁଲକର୍ଣ୍ଣି
ଏବେ ମୁଁ ୩/୪ ଦିନ ପରେ ବାଂଲାଦେଶ ବୈଦେଶିକ ମନ୍ତ୍ରାଳୟକୁ ଯିବି। ସେଠାକୁ ଯାଇ ମୋ ପୁଅକୁ ମୁକ୍ତ କରିବାକୁ ଅନୁରୋଧ କରିବି। ମୋ ପୁଅ ମାତ୍ର ୬/୭ ମାସ ପୂର୍ବରୁ ଭାରତ ଆସିଛି। ଏତେ କମ ସମୟ ମଧ୍ୟରେ ସେ ଏତେ ବଡ ବ୍ୟକ୍ତିଙ୍କ ଘରେ କିପରି ପ୍ରବେଶ କରିବ ପୁଣି ଛୁରାମାଡ଼ ବି କରିବ? ଏ କଥା ମାନିବାକୁ ଆପଣମାନେ ଯେତେ ଚାପ ପକାଇଲେ ବି ମୁଁ ବିଶ୍ବାସ କରି ପାରିବି ନାହିଁ।
ମୋ ପୁଅ ବାଂଲାଦେଶ ଛାଡିବାର କାରଣ ହେଉଛି ମୋ ପରିବାର ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲ ପାର୍ଟି ସହିତ ଜଡିତ ଥିଲା। ଗତ ବର୍ଷ ଯେତେବେଳେ ଶେଖ୍ ହସିନା କ୍ଷମତାକୁ ଫେରିଲେ, ଆମକୁ ହଇରାଣ କରାଯିବା ଆରମ୍ଭ ହେଲା। ମୋ ପୁଅ ଖାଲିଦା ଜିଆଙ୍କର ଜଣେ ବଡ଼ ସମର୍ଥକ ଥିଲା, ତେଣୁ ତାକୁ ଅଧିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡିଲା। ଏଥିରେ ବିରକ୍ତ ହୋଇ ସେ ବାଂଲାଦେଶ ଛାଡି ଭାରତରେ ପ୍ରବେଶ କରିଥିଲା।
ଅଧିକପଢ଼ନ୍ତୁୂ:ଫେରି ଯାଉଛି ମୋ ଗାଁକୁ, ପୁଣି ଦେଖାହେବ ଆଗାମୀ କୁମ୍ଭମେଳାରେ
ମୋ ପୁଅର ଏକମାତ୍ର ଭୁଲ ହେଉଛି ସେ ବେଆଇନ ଭାବରେ ଭାରତରେ ପ୍ରବେଶ କରିଛି। ସିସିଟିଭିରେ ଦେଖାଯାଉଥିବା ଆକ୍ରମଣକାରୀର କେଶ ଲମ୍ବା ମୁଁ କହିବି ମୋ ପୁଅ କେବେବି ଲମ୍ବା କେଶ ରଖିବାକୁ ପସନ୍ଦ କରେ ନାହିଁ।
Follow Us