ଆତଙ୍କବାଦୀର ବାପା କହିଲେ, ପଥଭ୍ରଷ୍ଟ ହୋଇସାରିଥିବା ପୁଅର ମୃତଦେହ ଆମର ଲୋଡା ନାହିଁ

Advertisment
ଆତଙ୍କବାଦୀର ବାପା କହିଲେ, ପଥଭ୍ରଷ୍ଟ ହୋଇସାରିଥିବା ପୁଅର ମୃତଦେହ ଆମର ଲୋଡା ନାହିଁ

ହାଇଦ୍ରାବାଦ: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଦ୍ୱାରା ନିହତ ହୋଇଥିବା ଆତଙ୍କବାଦୀ ମହମ୍ମଦ ତୈଫିକଙ୍କ ପରିବାର ତାଙ୍କ ମୃତଦେହ ନେବାକୁ ମନା କରି ଦେଇଛନ୍ତି। ତୈଫିକ୍‌ଙ୍କ ପିତାଙ୍କ କହିବାନୁସାରେ, ପୁଅ ପଥଭ୍ରଷ୍ଟ ହୋଇସାରିଥିଲା, ତେଣୁ ତାର ଶବ ଆମର ଲୋଡା ନାହିଁ।

ଜମ୍ମୁ-କଶ୍ମୀରର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ତୈଫିକଙ୍କ ମୃତଦେହ ନେବା ପାଇଁ ତେଲେଙ୍ଗାନାରୁ ତାଙ୍କ ପରିବାରର କୌଣସି ବି ସଦସ୍ୟ ଆସିଲେ ନାହିଁ, ପୁଅର ମୃତ୍ୟୁ ସମ୍ପର୍କରେ ତାଙ୍କୁ କିନ୍ତୁ ସୂଚନା ଦିଆଯାଇଥିଲା।

publive-image

ଭଦ୍ରାଦି କୋଥଗୁଡେମ୍‌ ଜିଲ୍ଲାସ୍ଥିତ ପରମାଣୁ ଉର୍ଜା ବିଭାଗର ହେବି ଓ୍ଵାଟର ପ୍ଲାଣ୍ଟରେ କାମ କରୁଥିବା ତୈଫିକଙ୍କ ପିତା ମହମ୍ମଦ ରଜାକ କହନ୍ତି, ପୁଅର ମୃତଦେହକୁ ନେଇ ଆମେ କୌଣସି ଦାବି କରିବୁ ନାହିଁ। ସେ ଦେଶପାଇଁ ନୁହେଁ ବରଂ ପଥଭ୍ରଷ୍ଟ ହୋଇ ମରିଛି।

ଅନ୍ୟପକ୍ଷରେ ଜିଲ୍ଲା ପୁଲିସଙ୍କ କହିବାନୁସାରେ, ତୈଫିକ ୧ବର୍ଷ ପୂର୍ବରୁ ଘର ଛାଡ଼ି ଚାଲି ଯାଇଥିଲା। ଆଶ୍ଚର୍ଯ୍ୟର କଥା ତାର ପରିବାର ଲୋକ  ପୁଅ ନିଖୋଜ ହେବା ସମ୍ପର୍କରେ କୌଣସି ମାମଲା ରୁଜୁ କରି ନଥିଲେ। ତୈଫିକ ଫେସବୁକ୍‌ରେ ଏକ ଆକାଉଣ୍ଟ ଖୋଲିଥିଲା । ଏହା ଜରିଆରେ ସେ କଶ୍ମୀର ଆତଙ୍କବାଦୀଙ୍କ ସହିତ ସମ୍ପର୍କ କରୁଥିଲା। ଏହାପରେ ସେ ଆତଙ୍କବାଦୀଙ୍କ ସଙ୍ଗଠନରେ ସାମିଲ ହୋଇଥିଲା। ସେ ଆତଙ୍କବାଦୀ ସହ କାମ କରିବା ପରେ ଅନ୍ସାର ଜବତୁଲ ହିନ୍ଦରେ ସାମିଲ ହୋଇଥିଲା। ଗତ ମାର୍ଚ୍ଚ ୧୨ ତାରିଖରେ କାଶ୍ମୀର ଅନନ୍ତନାଗରେ ଭାରତୀୟ ସେନା ସହ ଗୁଳି ବିନିମୟରେ ତୈଫିକର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe