ପହଲଗାମ ଆକ୍ରମଣ: ଆଖି ଆଗରେ ଛଟପଟ ହୋଇ ଚାଲିଗଲା ସ୍ବାମୀ-ପୁଅଙ୍କ ଜୀବନ

ଆଖି ଆଗରେ ଛଟପଟ ହୋଇ ଚାଲିଗଲା ସ୍ବାମୀ-ପୁଅଙ୍କ ଜୀବନ। ମୃତକ ସ୍ମିତ୍(୧୭) ଏକାଦଶ ଶ୍ରେଣୀର ଛାତ୍ର ଥିବା ସମୟରେ ତାଙ୍କ ବାପା ୟତୀଶଭାଇ ଗୁଜରାଟର ଭାବନଗରରେ ଏକ ହେୟାର ସେଲୁନ୍ ଚଳାଉଥିଲେ।

bj

ପହଲଗାମ: ଛାତି ଥରାଇ ଦେଇଛି ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ। କିଏ ସ୍ବାମୀ ହରାଇଛି ତ କିଏ ପୁଅ ଆଉ କିଏ ଭାଇ। ଆକ୍ରମଣରେ ୨୮ଜଣକ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ପିତା-ପୁତ୍ର ଥିବା ଜଣାଯାଇଛି। ଗୁଜରାଟର ୩ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ମଧ୍ୟରେ ଭାବନଗରର ଜଣେ ପିତା-ପୁତ୍ର ଏବଂ ସୁରଟର ଜଣେ ବ୍ୟକ୍ତି ଅଛନ୍ତି। ଅନ୍ୟ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ସକାଳେ ଭାବନଗରର କାଳିଆବିଡର ବାସିନ୍ଦା ୟତୀଶଭାଇ ପରମାର (୪୫) ଏବଂ ତାଙ୍କ ପୁଅ ସ୍ମିତ (୧୭)ଙ୍କ ମୃତ୍ୟୁ ହୋଇଥିବା ସୁରକ୍ଷା ବାହିନୀ ନିଶ୍ଚିତ କରିଛନ୍ତି। ଆକ୍ରମଣରେ ଉଭୟ ଆହତ ହୋଇଥିଲେ। ସ୍ମିତ ୧୧ ଶ୍ରେଣୀର ଛାତ୍ର ଥିବା ବେଳେ ୟତୀଶଭାଇ ଏକ ହେୟାର ସେଲୁନ୍ ଚଳାଉଥିଲେ। ଭାବନଗରରୁ ୨୦ଜଣିଆ ଦଳ ଜମ୍ମୁ ଏବଂ କାଶ୍ମୀର ବୁଲିବାକୁ ଯାଇଥିଲା, ଯେଉଁଥିରେ ୟତୀଶଭାଇ, ତାଙ୍କ ପତ୍ନୀ କାଜଲବେନ ଏବଂ ସ୍ମିତ୍ ଥିଲେ। ମଙ୍ଗଳବାର ଦିନ ୨ଟାରେ ଆତଙ୍କବାଦୀ ଆକ୍ରମଣ କରିବା ପରେ ୟତୀଶଭାଇଙ୍କ ପରିବାର ସହିତ ଅନ୍ୟ ୧୭ଜଣକର ଯୋ‌ଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପରେ ସନ୍ଧ୍ୟାରେ ସ୍ମିତ୍ ଓ ୟତୀଶଭାଇ ଆହତ ଅବସ୍ଥାରେ ମିଳିବା ସହ କାଜଲବେନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ। ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସ୍ମିତ୍ ଓ ୟତୀଶଭାଇଙ୍କର ବୁଧବାର ସକାଳେ ମୃତ୍ୟୁ ହୋଇଥିଲା। ଆଖି ଆଗରେ ସ୍ବାମୀ ଓ ପୁଅକୁ ଛଟପଟ ହେବା ଦେଖିବା ସହ ଏବେ ମୃତ୍ୟୁ ଖବର ପାଇ ସ୍ଥାଣୁ ପାଲଟି ଯାଇଛନ୍ତି କାଜଲବେନ୍।

ପରିବାର ଲୋକଙ୍କ କହିବା ଅନୁଯାୟୀ, ୟତୀଶଭାଇଙ୍କ ପରିବାର ମୋରାରି ବାପୁଙ୍କ କଥାରେ ଯୋଗଦେବା ପାଇଁ ଶ୍ରୀନଗର ଯାଇଥିଲେ ଏବଂ ତା'ପରେ ପହଲଗାମରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe