ଇହୁଦୀଙ୍କୁ ବିଲୋପ କରି ଇସ୍‌ଲାମ୍‌ ଧର୍ମ ସ୍ଥାପନା କରିବା ବାପାଙ୍କର ଇଚ୍ଛା: ହମାସ୍‌ ସଂସ୍ଥାପକଙ୍କ ପୁଅ

Advertisment
ଇହୁଦୀଙ୍କୁ ବିଲୋପ କରି ଇସ୍‌ଲାମ୍‌ ଧର୍ମ ସ୍ଥାପନା କରିବା ବାପାଙ୍କର ଇଚ୍ଛା: ହମାସ୍‌ ସଂସ୍ଥାପକଙ୍କ ପୁଅ

Image Courtesy of Times Now

ତେଲ୍‌ ଅଭିଭ୍: ଇହୁଦୀମାନଙ୍କୁ ବିଲୋପ କରି ବିଶ୍ବବ୍ୟାପୀ ଶାରିଆ ଆଇନ ସଂସ୍ଥାପନ କରିବା ତାଙ୍କ ବାପାଙ୍କର ଇଚ୍ଛା ବୋଲି ହମାସ୍‌ର ସଂସ୍ଥାପକ ଶେଖ୍‌ ହସନ୍‌ ୟୁସେଫ୍‌ଙ୍କ ପୁଅ ମୋସାବ୍‌ ହସନ୍‌ ୟୁସେଫ୍‌ କହିଛନ୍ତି।

ହମାସ୍‌ ପରିତ୍ୟାଗ କରି ମୋସାବ୍‌ ହସନ୍‌ ୟୁସେଫ୍‌ ଦୀର୍ଘ ଦିନ ଧରି ଇସ୍ରାଏଲୀ ଗୁପ୍ତଚର ଭାବେ କାମ କରୁଥିଲେ। ଗତ ସପ୍ତାହରେ ୱେଷ୍ଟ୍‌ ବ୍ୟାଙ୍କ୍‌ରେ ଚଢ଼ଉ ବେଳେ ତାଙ୍କ ବାପାଙ୍କ ସମେତ ଆଉ ୬୦ଜଣ ହମାସ୍‌ ନେତା ଗିରଫ ହୋଇଛନ୍ତି।

ଜଣେ ଇସ୍ରଏଲୀୟ ଗୁପ୍ତଚର ଭାବେ ମୋସାବ୍‌ ହସନ୍‌ ୟୁସେଫ୍‌ ଯେଉଁ ସବୁ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଯୋଗାଇ ଦେଇଥିଲେ ତଦ୍ଦ୍ବାରା ଅନେକ ଆତ୍ମଘାତୀ ଆକ୍ରମଣ ଓ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିରୋଧ କରାଯାଇପାରିଥିଲା। ‘ସବୁଜ ରାଜପୁତ୍ର’ ଭାବେ ସୁପରିଚି ମୋସାବ୍‌ ହସନ୍‌ ୟୁସେଫ୍‌ ୧୯୯୭ରୁ ୨୦୦୭ ପର୍ଯ୍ୟନ୍ତ ଇସ୍ରାଏଲୀୟ ଗୁପ୍ତଚର ଭାବେ କାର୍ଯ୍ୟ କରିଥିଲେ।

publive-image Image Courtesy of Daily Mail Online

ସତର୍କ କରାଇ ସେ କହିଛନ୍ତି, ସେମାନେ ହେଉଛନ୍ତି ଗୋଟାଏ ଧାର୍ମିକ ଆନ୍ଦୋଳନ, ଏକଥା କହିବାକୁ ସମସ୍ତେ ଭୟ କରୁଛନ୍ତି। ହମାସ୍‌ ଯଦି ରାଜନୈତିକ ଆନ୍ଦୋଳନ ହୋଇଥାଆନ୍ତା ତେବେ, ସେମାନଙ୍କର ରାଜନୈତିକ ଅଭିଳାଷ ପୂରଣ କରାଯାଇ ପାରିଥାଆନ୍ତା। କିନ୍ତୁ, ଧାର୍ମିକ ଆନ୍ଦୋଳନ ହୋଇଥିବାରୁ ହମାସ ରାଜନୈତିକ ସୀମାସରହଦରେ ବିଶ୍ବାସ କରେନାହିଁ। ଇସ୍ରାଏଲ୍‌ର ଧ୍ବଂସସ୍ତୂପ ଉପରେ ସେମାନେ ଇସ୍‌ଲାମିକ୍‌ ରାଷ୍ଟ୍ର ସ୍ଥାପନ କରିବାକୁ ଚାହାଁନ୍ତି।

‘ସିଏନ୍‌ଏନ୍‌’କୁ ସେ କହିଛନ୍ତି, ସେମାନଙ୍କର ଅଭିଳାଷ ବୈଶ୍ବିକ ହୋଇଥିବାରୁ ଇସ୍ରାଏଲ୍‌ରେ ତାହାର ଅବସାନ ହେବନାହିଁ। ପରିଶେଷରେ ସେମାନେ ଗୋଟାଏ ଇସ୍‌ଲାମୀୟ ରାଷ୍ଟ୍ର ‘ବୈଶ୍ବିକ ଇସ୍‌ଲାମୀୟ ରାଷ୍ଟ୍ର’ ଗଠନ କରିବାକୁ ଚାହାଁନ୍ତି। ଏ ଯୁଦ୍ଧ ଇସ୍ରାଏଲ୍‌ ଆରମ୍ଭ କରିନାହିଁ। ହମାସ୍‌ କରିଛି। ଆର୍ଥିକ ଆବଶ୍ୟକତା ଦେଖାଦେଲେ ହମାସ୍‌ ଇସ୍ରାଏଲ୍‌ ସହିତ ଯୁଦ୍ଧ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe