Image Courtesy of ShortPedia
ନୂଆଦିଲ୍ଲୀ: ଜଣେ ମୁସଲମାନ ହୋଇ ଯୋଗ ଶିକ୍ଷା ଦେଉଥିବା କାରଣରୁ ନିଜ ସମ୍ପ୍ରଦାୟର ଜଣେ ମହିଳାଙ୍କ ଉପରେ ଝାଡ଼ଖଣ୍ଡର କେତେକ ମୁସଲମାନ ମୌଲବି ଫତ୍ଓ୍ଵା ଜାରି କରିଛନ୍ତି।
ଫତ୍ଓ୍ଵା ଜାରିକୁ ନିନ୍ଦା କରି ଜଣେ ଶିଆ ମୌଲବି କହିଛନ୍ତି ଯେ ଏହା ନିନ୍ଦନୀୟ ଏବଂ ଧର୍ମକୁ ଉପହାସ କରୁଛି।
ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନିର୍ଦେଶକ୍ରମେ ଝାଡ଼ଖଣ୍ଡ ରାଜଧାନୀରେ ଯୋଗ ଶିକ୍ଷା ଦେଇ ଗୁଜୁରାଣ ମେଣ୍ଟାଉଥିବା ରଫିଆ ନାଜ୍ ନାମ୍ନୀ ମହିଳାଙ୍କୁ ପୁଲିସ ନିରାପତ୍ତା ଯୋଗାଇ ଦିଆଯାଇଛି।
ନିକଟରେ ସେ ଜାତୀୟସ୍ତରର ଯୋଗ ଗୁରୁ ରାମଦେବଙ୍କ ସହ ଏକ ମଞ୍ଚରେ ଯୋଗ ଅନୁଷ୍ଠାନରେ ଯୋଗ ଦେଇଥିବା କାରଣରୁ ତାଙ୍କ ଉପରେ ଫତ୍ଓ୍ଵା ଜାରି କରାଯାଇଛି।
ଉଭୟ ମୁସଲମାନ ମୌଲବି ଏବଂ ଅନ୍ୟ ଧର୍ମର ବ୍ୟକ୍ତିବିଶେଷଙ୍କ ଉପରେ ନାଜ୍ ବିରକ୍ତ ହୋଇଛନ୍ତି।
ସେ ସାମ୍ବାଦିକମାନଙ୍କୁ କହିଛନ୍ତି: ଉଭୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ଠାରେ ମୋର ସମସ୍ୟା ରହିଛି। ଏପଟେ ମତେ କୁହାଯାଉଛି ଯୋଗ ଶିଖାଅ ନାହିଁ ଏବଂ ଅନ୍ୟ ପଟେ ଲୋକେ ମୋ ଠାରୁ ଯୋଗ ଶିକ୍ଷା କରିବାକୁ କୁଣ୍ଠିତ ନ ହେବାକୁ ମୋ ନାମ ପରିବର୍ତ୍ତନ କରିବାକୁ କୁହାଯାଉଛି।
ମୃତ୍ୟୁ ଯାଏଁ ମୁଁ ଯୋଗ କରିବି ଏବଂ ଯୋଗ ଶିକ୍ଷା ଦେବି ବୋଲି ନାଜ୍ କହିଛନ୍ତି।
ଯୋଗ ଶିକ୍ଷା ଦେବାରେ ଅପରାଧ କ’ଣ ବୋଲି ଫତ୍ଓ୍ଵାକୁ ନିନ୍ଦା କରିଥିବା ଶିଆ ମୌଲବି କହିଛନ୍ତି।
ମୌଲାନା ସୈଫ୍ ଅବ୍ଦାସ୍ କହନ୍ତି: କେତେକ ବ୍ୟକ୍ତି ଧର୍ମକୁ ମଜାକ କରିଛନ୍ତି, କେତେକ ମହିଳା ଯୋଗ ଶିଖାଇଲେ କ’ଣ ଅପରାଧ ହୋଇ ଯାଉଛି। ଏହାକୁ ପ୍ରତିବାଦ କରିବା ନିନ୍ଦନୀୟ।
Follow Us