ଅନାସ୍ଥା ଭୋଟ ପୂର୍ବରୁ ହାର ମାନିଗଲେ କି ଇମ୍ରାନ ସରକାର? ନିଜକୁ ପୂର୍ବ ମନ୍ତ୍ରୀ କହିଲେ ଫୱାଦ ଓ ମହମ୍ମଦ କୁରେଶୀ

Advertisment
ଅନାସ୍ଥା ଭୋଟ ପୂର୍ବରୁ ହାର ମାନିଗଲେ କି ଇମ୍ରାନ ସରକାର? ନିଜକୁ ପୂର୍ବ ମନ୍ତ୍ରୀ କହିଲେ ଫୱାଦ ଓ ମହମ୍ମଦ କୁରେଶୀ

ଇସଲାମାବାଦ: ଅନାସ୍ଥା ଭୋଟ ପୂର୍ବରୁ ହାର ମାନିଗଲେ କି ଇମ୍ରାନ ସରକାର? ରାତି ୮ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ଭ‌ୋଟ ହେବାକୁ ଥିବା ବେଳେ ଏହା ପୂର୍ବରୁ ନିଜକୁ ପୂର୍ବ ମନ୍ତ୍ରୀ ବୋଲି କହିସାରିଲେଣି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ।

publive-image aajtak

ଦୁହେଁ ନିଜ ଟ୍ବିଟର ଆକାଉଣ୍ଟରେ ପାକିସ୍ତାନର ପୂର୍ବ ବିଦେଶ ମନ୍ତ୍ରୀ  ଓ ପୂର୍ବ ସୂଚନା ପ୍ରସାରଣ ମନ୍ତ୍ରୀ ଲେଖି ପ୍ରୋଫାଇଲ ଅପଡେଟ କରିସାରିଥିବା ଦେଖାଯାଇଛି। ଏହାକୁ ଦେଖି ଇମ୍ରାନ ସରକାର ଭୋଟ ପୂର୍ବରୁ ହାର ମାନି ନେଇଥିବା କୁହାଯାଉଛି।

publive-image aajtak

ଅନ୍ୟପକ୍ଷରେ ଏପ୍ରିଲ ୭ରେ ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଇଥିବା ରାୟକୁ ବିରୋଧ କରି ଆଜି ପୁର୍ନବିଚାର ପାଇଁ ଆବେଦନ କରିଛି ପାକିସ୍ତାନ ତେହେରିକ୍-ଇ-ଇନସାଫ୍(ପିଟିଆଇ)। ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ସୁପ୍ରିମକୋର୍ଟ ଶୁଣାଇଥିବା ରାୟର ସମୀକ୍ଷା ପାଇଁ ଆବେଦନ କରିଛି।

ଏପ୍ରିଲ ୭ରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଦ୍ବାରା ନ୍ୟାସନାଲ ଆସେମ୍ବଲି ( ଭାରତର ସଂସଦ ପରି) ଭଙ୍ଗ ନିଷ୍ପତ୍ତି ଅସମ୍ବିଧାନିକ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଏହା ସହିତ ସୁପ୍ରିମକୋର୍ଟ ନ୍ୟାସନାଲ ଆସେମ୍ବଲି ଭଙ୍ଗକୁ ରଦ୍ଦ କରିବା ସହ ଏପ୍ରିଲ ୯ ତାରିଖ ଅର୍ଥାତ ଶନିବାର ଦିନ ୧୦ଟା ବେଳେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିନ ୧୦ଟାରେ ଭୋଟ ଗ୍ରହଣ ଥିବା ବେ‌ଳେ ଇମ୍ରାନ ଖାନଙ୍କ ଦଳ ବିଭିନ୍ନ ବାହାନା ନେଇ ଭୋଟ ଗ୍ରହଣ ବିଳମ୍ବ କରିବାରେ ଲାଗିଛି। ଏବେ ସନ୍ଧ୍ୟା ୮ଟାରେ ‌ଭୋଟ ଗ୍ରହଣ‌ ହେବ ବୋଲି କୁହାଯାଉଛି। ହେଲେ ଏହା ପୂର୍ବରୁ ନିଜ ସରକାର ବଞ୍ଚାଇବା ପାଇଁ ପିଟିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁର୍ନବିଚାର ଆବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe