ଟମ୍ପ୍‌ଙ୍କୁ ଗୁଳି ମାଡ଼ କରିଥିଲେ ୨୦ ବର୍ଷ ବୟସ୍କ ନର୍ସିଂହୋମର ସହାୟକ

ଟମ୍ପ୍‌ଙ୍କୁ ଗୁଳି ମାଡ଼ କରିଥିଲେ ୨୦ ବର୍ଷ ବୟସ୍କ ନର୍ସିଂହୋମର ସହାୟକ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମକୁ ନେଇ ଯାଞ୍ଚ କରୁଛି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଫ୍‌ବିଆଇ)।

ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରୁଥିବା ବେଳେ ୨୦ ବର୍ଷ ବୟସ୍କ ନର୍ସିଂହୋମର ସହାୟକ ଥୋମାସ୍ ମାଥ୍ୟୁ କ୍ରୁକ୍ସ ଟ୍ରମ୍ପଙ୍କ ଉପରକୁ ଆଠ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ରିପବ୍ଲିକାନ୍ ନେତାଙ୍କ ଡାହାଣ କାନରେ ଆଘାତ ଲାଗିଛି। ଆକ୍ରମଣକାରୀ ଗୁଳି ଚଳାଇ ହତ୍ୟା ଉଦ୍ୟମ କରିଥିଲେ ବି ଏଫବିଆଇ ଏହି ଆକ୍ରମଣର କାରଣ ଏଯାଏ ଚିହ୍ନଟ କରିପାରି ନାହିଁ।

ଆମେରିକା ପେନ୍‌ସିଲଭାନିଆର ବଟ୍‌ଲରରେ ଏକ ନିର୍ବାଚନୀ ରାଲିରେ ହୋଇଥିବା ଗୁଳିକାଣ୍ଡରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହତ ହେବା ଏବଂ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ରୢାଲି ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ନେଇ ଗମ୍ଭୀର ପ୍ରଶ୍ନ ଉଠିଛି ଏବଂ ଏଥିପାଇଁ ରିପବ୍ଲିକାନ ଦଳ ସିଧାସଳଖ ବାଇଡେନ୍‌ ପ୍ରଶାସନକୁ ଦାୟୀ କରିଛି। ରିପବ୍ଲିକାନ ନେତାମାନେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୃଣା ଭାଷଣ ପ୍ରସଙ୍ଗ ଉଠାଇଛନ୍ତି। ଏହି ଆକ୍ରମଣ ପାଇଁ ଟ୍ରମ୍ପଙ୍କ ବିରୋଧରେ ବାଇଡେନ ଲଗାତାର ଦେଉଥିବା ଉତ୍ତେଜକ ଭାଷଣ ଦାୟୀ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe