Image Courtesy of News18
ୱାସିଂଟନ : ଆମେରିକାର ସଂଘୀୟ ଗୁଇନ୍ଦା ସଂସ୍ଥା ଏଫ୍ବିଆଇ ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେଲାୱାର ସ୍ଥିତ ବାସଭବନରେ ତଲାସୀ କରାଯାଇଛି। ଅନେକ ଗୋପନୀୟ ଦଲିଲ ବାଇଡେନ ନିଜ ଘରକୁ ନେଇଯାଇଥିବାରୁ ଏହି ତଲାସି କରାଯାଇଥିଲା। ତେବେ ଏହି ତଲାସିରେ ରାଷ୍ଟ୍ରପତି ପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ଆଟର୍ଣ୍ଣି ବବ୍ ବୁଅର କହିଛନ୍ତି। ପୂର୍ବରୁ ବାଇଡେନଙ୍କ ୱିଲିଙ୍ଗଟନ-ସ୍ଥିତ ଘରୁ ଓ ଏକ ଅଫିସରୁ କିଛି ଗୋପନୀୟ ସରକାରୀ ଦଲିଲ ମଧ୍ୟ ମିଳିଥିଲା।
Follow Us