୧୨ ଏନ୍‌ଜିଓର ଏଫ୍‌ସିଆର୍‌ଏ ଲାଇସେନ୍ସ ରଦ୍ଦ

Advertisment
୧୨ ଏନ୍‌ଜିଓର ଏଫ୍‌ସିଆର୍‌ଏ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ : ଓଡ଼ିଶାର ୧୨ଟି ଏନ୍‌ଜିଓର ଏଫ୍‌ସିଆର୍‌ଏ (ବିଦେଶରୁ ପାଣ୍ଠି ଗ୍ରହଣ ଆଇନ) ଲାଇସେନ୍ସକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରଦ୍ଦ କରିଛି। ଏହି ଏନ୍‌ଜିଓମାନେ ଆକାଉଣ୍ଟ ଖୋଲିବା ସଂକ୍ରାନ୍ତ ଆଦେଶ ପାଳନ କରିନଥିବା ଯୋଗୁ ୬ ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ଏଫ୍‌ସିଆର୍‌ଏ ଲାଇସେନ୍ସ ରଦ୍ଦ ହୋଇଥିବା ଏନ୍‌ଜିଓମାନେ ହେଲେ ଯାଜପୁରର ଜୟନ୍ତୀ ପାଠାଗାର, ମୟୂରଭଞ୍ଜର ଉତ୍କଳ ବିକାଶ କେନ୍ଦ୍ର, ନିମାପଡ଼ାର ପିଙ୍ଗଳାଖି ପବ୍ଲିକ୍‌ ୱେଲ୍‌ଫେୟାର ଅର୍ଗାନାଇଜେସନ୍‌, କୋଣାର୍କର ଅର୍ଖଶ୍ରୀ, ଗୁଣପୁରର ଦୀପ୍ତି, ଖୋର୍ଦ୍ଧାର ଯୁଗଜ୍ୟୋତି, ଭଦ୍ରକର ଫ୍ରିଡମ୍‌, ଗଞ୍ଜାମର ଏସ୍‌ଇବିଏ, ମାଲକାନଗିରିର ଏସ୍‌ଏଡବ୍ଲ୍ୟୁସି, ପାରଳାଖେମୁଣ୍ଡିର ଏସ୍‌ଏଚ୍‌ଇଏସ୍‌ସି, ନୂଆପଡ଼ାର ୟୁଥ୍‌ ଫର୍‌ ଆକ୍ସନ୍‌ ଆଣ୍ଡ୍‌ ରିସର୍ଚ୍ଚ ଏବଂ ଢେଙ୍କାନାଳର ଦିଗ୍‌ବିଜୟୀ କିଶୋର କ୍ଲବ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe