ଆକ୍ରମଣର ଭୟ ଘାରିଲା: ଆତଙ୍କବାଦୀ ହାଫିଜ୍ ସଇଦ ସୁରକ୍ଷା ବଢ଼ାଇଲା ପାକିସ୍ତାନ

Advertisment

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନରେ ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସଇଦର ସୁରକ୍ଷା ବଢ଼ାଇ ଦିଆଯାଇଛି। ରିପୋର୍ଟ ଅନୁସାରେ, ହାଫିଜ୍ ସଇଦ ଲାହୋରର ଜୋରମ୍ ଟାଉନରେ ରହୁଛି, ଯେଉଁଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି...

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନରେ ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସଇଦର ସୁରକ୍ଷା ବଢ଼ାଇ ଦିଆଯାଇଛି। ରିପୋର୍ଟ ଅନୁସାରେ, ହାଫିଜ୍ ସଇଦ ଲାହୋରର ଜୋରମ୍ ଟାଉନରେ ରହୁଛି, ଯେଉଁଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି...

Fear of attack grows: Pakistan increases security for terrorist Hafiz Saeed

Fear of attack grows: Pakistan increases security for terrorist Hafiz Saeed Photograph: (sambad.in)

ଇସଲାମାବାଦ୍: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆତଙ୍କବାଦୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିବା ଖବର ଆସିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରେ ରହୁଥିବା ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସଇଦର ସୁରକ୍ଷା ବୃଦ୍ଧି କରାଯାଇଛି। ପାକିସ୍ତାନ ସେନା ହାଫିଜର ଘରର ସୁରକ୍ଷା ବଢ଼ାଇ ଦେଇଛି। ରିପୋର୍ଟ ଅନୁସାରେ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ଲାହୋରର ଜୋରମ୍ ଟାଉନ୍ ଅଞ୍ଚଳରେ ରହୁଛି ଯେଉଁଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅଧିକ ପଢ଼ନ୍ତୁ: ଆକାଶ ଆନନ୍ଦଙ୍କୁ ବଡ଼ ଦାୟିତ୍ବ ଦେବେ ମାୟାବତୀ

ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି ଯେ, ଆମର ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଇଛି, ଏବେ ଆମେ ପାକିସ୍ତାନରେ ପ୍ରବେଶ କରି ଜଣଙ୍କୁ ହତ୍ୟା କରିବୁ। ଭାରତ ବ୍ୟତୀତ ବିଶ୍ୱର ଅନେକ ଦେଶ ହାଫିଜକୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଭାରତ ହାଫିଜକୁ ପ୍ରତ୍ୟାର୍ପଣ କରିବାକୁ ପାକିସ୍ତାନକୁ ଅନେକ ଥର ଅନୁରୋଧ କରିଛି, କିନ୍ତୁ ପାକିସ୍ତାନ ହାଫିଜକୁ ସମସ୍ତ ସୁବିଧା ଯୋଗାଇ ଦେଉଛି।

ଅଧିକ ପଢ଼ନ୍ତୁ: ଟ୍ରାକ୍ଟର ଚକା ତଳେ ଚାପି ହୋଇ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

hafiz-saeed

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe