ପୁଟିନଙ୍କୁ ମୃତ୍ୟୁ ଭୟ! ବିଷ ପ୍ରୟୋଗ ଆଶଙ୍କାରେ ହଜାରେ କର୍ମଚାରୀଙ୍କୁ ହଟାଇଲେଣି

Advertisment
ପୁଟିନଙ୍କୁ ମୃତ୍ୟୁ ଭୟ! ବିଷ ପ୍ରୟୋଗ ଆଶଙ୍କାରେ ହଜାରେ କର୍ମଚାରୀଙ୍କୁ ହଟାଇଲେଣି

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଗତ ଫେବ୍ରୁଆରିରେ ତାଙ୍କର ସମସ୍ତ ବ୍ୟକ୍ତିଗତ କର୍ମଚାରୀଙ୍କୁ ପରିବର୍ତ୍ତନ କରିଛନ୍ତି। ତାଙ୍କ ଉପରେ ବିଷ ପ୍ରୟୋଗ କରାଯାଇପାରେ ବୋଲି ସନ୍ଦେହ କରି ସେ ଏହି ପଦକ୍ଷେପ ନେଇଥିବା ଖବର ସାମ୍ନାକୁ ଆସିଛି। ତେବେ ୟୁକ୍ରେନ୍‌ ଯୁଦ୍ଧ ପୂର୍ବରୁ ସେ ଏହା କରିଛନ୍ତି କି ପରେ ତାହା ଜଣାପଡ଼ିନି। ଯେଉଁମାନଙ୍କୁ ସେ ଚାକିରିରୁ ବିଦା କରିଛନ୍ତି, ସେମାନଙ୍କ ଭିତରେ ଅଛନ୍ତି ତାଙ୍କର ରୋଷେଇଆ, ବିଭିନ୍ନ ଘରୋଇ ସହାୟକଏବଂ ଦେହରକ୍ଷୀ ଇତ୍ୟାଦି। ୟୁକ୍ରେନ୍‌ର ଗୋଇନ୍ଦା ରିପୋର୍ଟ ଅନୁସାରେ, ପୁଟିନଙ୍କ ବିଷ ପ୍ରୟୋଗ ସନ୍ଦେହ ଆଦୌ ଅମୂଳକ ନୁହେଁ କାରଣ ରୁଷିଆର କେତେକ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଗାଦିରୁ ହଟାଇ ଆଉ ଜଣଙ୍କୁ ରାଷ୍ଟ୍ରପତି କରିବା ପାଇଁ ଯୋଜନା କରୁଛନ୍ତି। ଫେଡ଼େରାଲ ସିକ୍ୟୁରିଟି ସର୍ଭିସ୍ ନିର୍ଦ୍ଦେଶକ ୭୦-ବର୍ଷୀୟ ଆଲେକ୍‌ଜାଣ୍ଡାର ବୋର୍ଟନିକୋଭ୍ ଏଭଳି ଷଡ଼୍‌ଯନ୍ତ୍ରର ଅନ୍ୟତମ ମୁଖ୍ୟ ସୂତ୍ରଧର ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe