କୋଭିଡରେ ମୃତ୍ୟୁ ହେବାର ଭୟ ଅନ୍ତରୀଣ ଜାମିନର ଆଧାର ନୁହେଁ: ସୁପ୍ରିମକୋର୍ଟ

କୋଭିଡରେ ମୃତ୍ୟୁ ହେବାର ଭୟ ଅନ୍ତରୀଣ ଜାମିନର ଆଧାର ନୁହେଁ: ସୁପ୍ରିମକୋର୍ଟ

ndtv.com

ନୂଆଦିଲ୍ଲୀ: ଜେଲରେ ସଂକ୍ରମଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ମେ' ୭ରେ ରାଜ୍ୟମାନଙ୍କୁ ଜେଲରେ ଥିବା ବନ୍ଦୀମାନଙ୍କୁ ମୁକ୍ତ କରିବାକୁ କହିଥିଲେ | ଯେଉଁମାନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ, ସେମାନଙ୍କୁ ମୁକ୍ତ କରିବାକୁ କହିଥିଲେ ସୁପ୍ରିମକୋର୍ଟ | ହେଲେ କୋଭିଡରେ ମୃତ୍ୟୁ ହେବାର ଭୟ ପାଇଁ ଅନ୍ତରୀଣ ଜାମିନ ଦିଆଯାଇପାରିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ | କୋଭିଡରେ ମୃତ୍ୟୁ ହେବାର ଭୟ ଅନ୍ତରୀଣ ଜାମିନର ଆଧାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି |

COVID-19 in Prisons: SC Intervention Must Ensure the Centre Exercises Its Responsibility The Wire

ସୂଚନା ମୁତାବକ, ପ୍ରତୀକ ଜୈନ, ଯାହାଙ୍କ ବିରୋଧରେ ୧୩୦ ମାମଲା ପଞ୍ଜିକୃତ ହୋଇଛି, କରୋନା ସଂକ୍ରମଣକୁ ଦେଖି ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଗିରଫ ପୂର୍ବରୁ ଅନ୍ତରୀଣ ଜାମିନ ଦେବାକୁ ଅନୁମତି ଦେଇଛନ୍ତି। ଏହାକୁ ବିରୋଧ କରି ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବା ବେଳେ ଆଜି ଏହାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ | ଏହା ସହ କୋଭିଡରେ ମୃତ୍ୟୁ ହେବାର ଭୟ ପାଇଁ ଅନ୍ତରୀଣ ଜାମିନ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe