ଜେରୁଜେଲମ୍: ସୁରକ୍ଷା ଦୃଷ୍ଟିରୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପୁଅ ଅୱନର ନେତାନ୍ୟାହୁଙ୍କ ବିବାହ ସ୍ଥଗିତ ରଖାଯାଇଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ଇରାନ ଇସ୍ରାଏଲ ଆକ୍ରମଣର ଉପଯୁକ୍ତ ଉତ୍ତର ଦେବାକୁ ଧମକ ଦେଇଛି।
ଇସ୍ରାଏଲର ଗଣମାଧ୍ୟମ ୱାଇନେଟ ଅନୁଯାୟୀ, ଅବନର ନେତାନ୍ୟାହୁ ଏହି ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଏମିତ ୟର୍ଡେନି ସେମାନଙ୍କ ବିବାହକୁ ଗ୍ରୀଷ୍ମ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ନଭେମ୍ବର୨୬ ରେ ବିବାହ କରିବାକୁ ଯାଉଥିଲେ। ଦୁହେଁ ଦୁଇ ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଛନ୍ତି।
ନେତାନ୍ୟାହୁଙ୍କ ପୁଅ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ସେମାନଙ୍କ ବିବାହ ପୂର୍ବରୁ ମଧ୍ୟ ଥରେ ସ୍ଥଗିତ ରଖିଥିଲେ। ଏହାପୂର୍ବରୁ ଉଭୟ ସେପ୍ଟେମ୍ବରରେ ବିବାହ କରିବାକୁ ଯାଉଥିଲେ, ଯାହାକି ୨୬ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ବର୍ତ୍ତମାନ ଆଶା କରାଯାଉଛି ଯେ ଜୁନ୍ ୨୦୨୫ ମଧ୍ୟଭାଗରେ ଏହା ହେବ। ଗତ ମାସରେ, ହିଜବୁଲ୍ଲାର ଡ୍ରୋନ୍ କେଜରିୟା ଉପକୂଳବର୍ତ୍ତୀ ଅଞ୍ଚଳରେ ନେତାନ୍ୟାହୁଙ୍କ ବ୍ୟକ୍ତିଗତ ବାସଭବନକୁ ଟାର୍ଗେଟ କରିଥିଲା। ଯାହା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
ଇସ୍ରାଏଲର ସୁରକ୍ଷା ଏଜେନ୍ସିମାନେ ଏକ ସୁରକ୍ଷିତ ସ୍ଥାନ ଖୋଜିବା ପ୍ରୟାସକୁ ଜୋରଦାର କରିଛନ୍ତି। ଯାହା ଆକ୍ରମଣରୁ ସୁରକ୍ଷିତ ରହିପାରିବ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ଗତ ସପ୍ତାହରେ ଇସ୍ରାଏଲର ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅନେକ ମୋର୍ଚ୍ଚାରେ ଯୁଦ୍ଧ ଏବଂ ଡ୍ରୋନ୍ ଆକ୍ରଣମ ମଧ୍ୟରେ ସୁରକ୍ଷା ଚିନ୍ତା ଯୋଗୁ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କ ପୁଅର ବିବାହକୁ ସ୍ଥଗିତ ରଖିବାକୁ ଚାହୁଁଥିଲେ।
ଅଧିକ ପଢ଼ନ୍ତୁ: କାନାଡାକୁ ଆଇନା ଦେଖାଇଲା ଭାରତ: ଦେଲା କଡ଼ା ଜବାବ
ଇସ୍ରାଏଲର ସିଏଏନ ପ୍ରସାରଣ ଅନୁଯାୟୀ, ଅୱନର ନେତାନ୍ୟାହୁଙ୍କ ବିବାହ ନଭେମ୍ବର ୨୬ରେ ତେଲ ଅଭିବର ଉତ୍ତରରେ ଥିବା ଶାରୋନ୍ ଅଞ୍ଚଳର ରୋନିଟ୍ ଫାର୍ମରେ ହେବାକୁ ଯୋଜନା କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କ ସହାୟକମାନଙ୍କ ପାଇଁ ଉଦବେଗ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ବାରା ଅଂଶଗ୍ରହଣକାରୀଙ୍କ ପାଇଁ ବିପଦ ଆଣିପାରେ।
ଅଧିକ ପଢ଼ନ୍ତୁ: ସରକାର ସବୁ ଘରୋଇ ସମ୍ପତ୍ତି ଅଧିଗ୍ରହଣ କରିପାରିବେ ନାହିଁ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/05/SoqVV2lysPMYGCbr8Ui1.jpg)