ଚାଲାଣ ଡରରେ ବାଇକ୍‌ ଚଳାଇବାକୁ ଇଚ୍ଛୁକ ନାବାଳକକୁ ବାପାମାଆ ଘରେ କବାଟ କିଳି ରଖିବାରୁ ସେ ପୁଲିସକୁ ଫୋନ୍‌ କଲା

Advertisment
ବଦଳିବାକୁ ଯାଉଛି ବାଇକରେ ବସିବାର ଶୈଳୀ : ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

Imag Source: Times of India

ଆଗ୍ରା: ନୂଆ ଟ୍ରାଫିକ୍‌ ନିୟମକୁ ଡରି ଉତ୍ତରପ୍ରଦେଶର ଆଗ୍ରା ଠାରେ ବାଇକ୍‌ ଚଢ଼ିବାକୁ ମନବଳାଇଥିବା ଜଣେ ୧୬ ବର୍ଷିୟ ବାଳକର ବାପାମାଆ ତାକୁ ଘରେ ପୂରାଇ କବାଟ କିଳି ଦେଇଥିଲେ। କେତେ ଘଣ୍ଟା ବନ୍ଦ ଘରେ ରହିବା ପରେ ବାପାଙ୍କ ବିରୋଧରେ ଅଭିଯୋଗ କରିବାକୁ ପିଲାଟି ଥାନାକୁ ଫୋନ୍‌ କରିଥିଲା।

ପୁଅ ଜିଦ୍‌ଧରିବାରୁ ଆଗ୍ରାର ବାସିନ୍ଦା ଧରମ ସିଂହ ପ୍ରାୟ ଦୁଇ ବର୍ଷ ତଳେ ବାଇକ୍‌ ଖଣ୍ଡେ କିଣିଥିଲେ। ଧମର ସିଂହ ଅଫିସ ଯିବା ପରେ ପୁଅ ଘଣ୍ଟା ଘଣ୍ଟା ଧରି ରାସ୍ତାଘାଟରେ ବାଇକ୍‌ ଚଢ଼ି ବୁଲେ।

publive-image Representative Image Source: India Today

ନୂଆ ଟ୍ରାଫିକ୍‌ ନିମୟ କଥା ଜାଣିବା ପରେ ଧରମ ସିଂହ ପୁଅ ମୁକେଶ ଠାରୁ ବାଇକ୍‌ ଚାବି ନେଇଗଲେ। ତାଙ୍କର ଭୟ ହେଉଥିଲା ବାଇକ୍‌ ଚଳାଉଥିବା ବେଳେ ପୁଅ ଧରାପଡ଼ିଲେ ତାଙ୍କୁ ୨୫, ୦୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ।

ଏଣେ ମୁକେଶ ବାଇକ୍‌ ଚାବି ଲାଗି ବାପାଙ୍କ ସାଥିରେ ଲଗେଇ ଥାଏ। ପୁଅର ପାଗଳାମିରେ ଚିଡ଼ି ଯାଇ ଧରମ ସିଂହ ତାକୁ ଗୋଟାଏ କୋଠରିରେ ପୂରାଇ କବାଟ କିଳି ଦେଇ ବାଇକ୍‌ ଚାବି ଧରି ଅଫିସ୍‌କୁ ଚାଲିଗଲେ। ପୁଅର ମାଆ ମଧ୍ୟ ଏଥିରେ ବାପାଙ୍କୁ ସହଯୋଗ କରିଥିଲେ।

ଏଥିରେ ପୁଅ ରାଗି ଯାଇ ବାପାମାଆଙ୍କ ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଫୋନ୍‌ କଲା।

ଉଭୟ ବାପପୁଅଙ୍କୁ ଥାନାରେ ହାଜର ହେବାକୁ ପୁଲିସ କହିଲା। ଉଭୟ ନିଜ ନିଜ କଥା କହିବା ପରେ ପୁଲିସ ଚେତାବନୀ ଦେଇ ଦୁହିଁଙ୍କୁ ଛାଡ଼ି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe