ନୂପୁର ଶର୍ମାଙ୍କୁ ସମର୍ଥନ କରି ଅଧିକ ଗର୍ବ ଅନୁଭବ କରୁଛି: ଡଚ୍ ଏମ୍‌ପି

Advertisment
ନୂପୁର ଶର୍ମାଙ୍କୁ ସମର୍ଥନ କରି ଅଧିକ ଗର୍ବ ଅନୁଭବ କରୁଛି: ଡଚ୍ ଏମ୍‌ପି

english.newstracklive.com

ନୂଆଦିଲ୍ଲୀ : ପ୍ରଫେଟ୍‌-ବିରୋଧୀ ମନ୍ତବ୍ୟକୁ ନେଇ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସମର୍ଥନ କରି ଟ୍ବିଟ୍ କରିଚାଲିଛନ୍ତି ଡଚ୍ ରାଜନେତା ଗିର ୱାଇଲ୍‌ଡର୍ସ। ‌ଶନିବାର ସେ ଟ୍ବିଟ୍ କରି ଲେଖିଛନ୍ତି ଯେ ନୂପୁର ଶର୍ମାଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ଶତାଧିକ ହତ୍ୟା ଧମକ ମିଳିଛି। କିନ୍ତୁ ତାହାକୁ ସେ ଖାତିର କରୁ ନାହାନ୍ତି। ବରଂ ସାହସୀ ମହିଳାଙ୍କୁ ସମର୍ଥନ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ଓ ସେଥିପାଇଁ ଗର୍ବିତ। ଅସତ୍‌ର କେବେ ବି ଜୟ ହେବ ନାହିଁ। ସେ କହିଛନ୍ତି ଯେ ସେ ଭାରତୀୟ ନୁହନ୍ତି କି ହିନ୍ଦୁ ବି ନୁହନ୍ତି। କିନ୍ତୁ ସେ ନୂପୁର ଶର୍ମାଙ୍କୁ ସମର୍ଥନ କରନ୍ତି। କାରଣ ତାଙ୍କ ମତରେ ଧର୍ମନିରପେକ୍ଷତା ମାନେ ଏଇଆ ନୁହେଁ ଯେ ହିନ୍ଦୁ ଦେବଦେବୀଙ୍କୁ ଯେତେ ଅପମାନିତ କଲେ ବି କିଛି ଦୋଷ ନାହିଁ କିନ୍ତୁ ପ୍ରଫେଟ୍‌ଙ୍କ ସମ୍ପର୍କରେ ପଦଟିଏ ସତକଥା କହିଲେ ଦୋଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe