କମ୍ପାନି ଉପରେ ରାଗି ଟଏଲେଟ୍‌ ପେପର୍‌ରେ ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ

ପେଟ ଚାଖଣ୍ଡକ ପାଇଁ ମଣିଷ କେତେ ପରିଶ୍ରମ କରେ । କେହି କେହି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି ତ ଆଉ କିଏ ଚାକିରି କରି କର୍ମକ୍ଷେତ୍ରରୁ ଦରମା ପାଇ ପେଟ ପୋଷନ୍ତି ।

ଚ ୂଚୂଳ

ନୂଆଦିଲ୍ଳୀ: ପେଟ ଚାଖଣ୍ଡକ ପାଇଁ ମଣିଷ କେତେ ପରିଶ୍ରମ କରେ । କେହି କେହି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି ତ ଆଉ କିଏ ଚାକିରି କରି କର୍ମକ୍ଷେତ୍ରରୁ ଦରମା ପାଇ ପେଟ ପୋଷନ୍ତି । କିନ୍ତୁ ବେଳେବେଳେ କାର୍ଯ୍ୟାଳୟର ବାତାବରଣ ପାଇଁ ମାନସିକ ଅବସାଦରେ ରହିଥାନ୍ତି କର୍ମଚାରୀ। 

ଆପଣ ଅନେକ ଖବର ଶୁଣିଥିବେ ଯେ କେମିତି ଅଫିସରଙ୍କ ଚାପ ଯୋଗୁ କିଛି କର୍ମଚାରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ମଧ୍ୟ ନେଇଛନ୍ତି । କିଛି ଦିନ ତଳେ ତ ଟାର୍ଗେଟ୍ ପୂରଣ ନ କରିବାରୁ ଗୋଟିଏ ବ୍ୟାଙ୍କ୍ ତାଙ୍କ କର୍ମଚାରୀଙ୍କ ବେକରେ ବେଲ୍ଟ ବାନ୍ଧି କୁକୁର ଭଳି ତଳେ ଚଲାଉଥିଲେ । ଏଭଳି ଖବର ସାମ୍ନାକୁ ଆସିଲେ ମାନବିକତା ପ୍ରତି ମୋହ ଭାଙ୍ଗି ଯାଉଛି। ନିକଟରେ ଜଣେ କର୍ମଚାରୀ  ଟଏଲେଟ୍‌ ପେପର୍‌ରେ ଇସ୍ତଫା ପତ୍ର ଲେଖିବା କଥା ଚାରିଆଡ଼େ ଚର୍ଚ୍ଚା ପାଲଟିଛି। 

ସେ ସେଥିରେ ଲେଖିଛନ୍ତି, ‘‘ମତେ କମ୍ପାନି ଗୋଟିଏ ଟଏଲେଟ୍ ପେପର୍ ପରି ବ୍ୟବହାର କରୁଥିବାର ଅନୁଭବ ହେଲା। ଦରକାର ପଡ଼ିଲେ ବ୍ୟବହାର କରିଦିଅ ଆଉ ପରେ ଫୋପାଡିଦିଅ।’’

ସାଧାରଣତଃ କର୍ମଚାରୀ ଇସ୍ତଫାପତ୍ର କାଗଜରେ କିମ୍ବା  କମ୍ପ୍ୟୁଟର୍‌ରେ ଟାଇପ୍‌ କରି ଦେଇଥାନ୍ତି। କିନ୍ତୁ ଏହି ଘଟଣାରେ କର୍ମଚାରୀଙ୍କୁ ତାଙ୍କ କର୍ମକ୍ଷେତ୍ର ଏଭଳି ବ୍ୟବହାର ଦେଖାଇଲା ଯେ ସେ ନିଜ ଇସ୍ତଫାପତ୍ର ଟଏଲେଟ୍ ପେପରରେ ଲେଖିଦେଲେ । ଆଉ ଟଏଲେଟ୍ ପେପରରେ ଲେଖିଥିବା ଇସ୍ତଫାକୁ ନିଜ ମାଲିକଙ୍କ ହାତରେ ଦେଲେ।

ଘଟଣାଟି ହେଉଛି ସିଙ୍ଗାପୁରର । ଏଠାକାର ଜଣେ କର୍ମଜୀବୀ ମହିଳା ଏଞ୍ଜେଲା ୟୋହ ଯେତେବେଳେ ଜଣେ କର୍ମଚାରୀଙ୍କ ଇସ୍ତଫାପତ୍ର ଦେଖିଲେ ତାଙ୍କ ଲୋମ ଟାଙ୍କୁରୀ ଉଠିଲା । ସୋସିଆଲ୍ ମିଡିଆରେ ଏନେଇ ପୋଷ୍ଟ୍ କରି ସେ ପ୍ରଶ୍ନ କଲେ ଯେ ‘ପ୍ରତିଟି କମ୍ପାନି ନିଜ କର୍ମଚାରୀଙ୍କ କାମ କରିବା ତରିକାକୁ ବିଚାରକୁ ନିଏ ନା’ ସେମାନଙ୍କ ଭାବାବେଗକୁ ବି ସମ୍ମାନ ଦିଏ ?’ ସେ ଉକ୍ତ କର୍ମଚାରୀଙ୍କ ଦୁଃଖଭରା କାହାଣୀକୁ ନିଜ ଲିଙ୍କ୍‌ଡିନ୍‌ ଆକାଉଣ୍ଟରେ ସେୟାର୍ କଲେ ଯାହାକୁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe