Female doctor commits suicide: ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ‘ପୁଲିସ ଅଧିକାରୀ ୪ ଥର ଦୁଷ୍କର୍ମ କରିଥିଲେ’

ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପୀଡ଼ିତା ଡାକ୍ତର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବାମ ହାତ ପାପୁଲିରେ ସୁଇସାଇଡ୍‌ ନୋଟ୍‌ ଲେଖି ୨ ଜଣ ପୁଲିସଙ୍କ ବିରୋଧରେ....

sffssfxccxc

ମୁମ୍ବାଇ: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପୀଡ଼ିତା ଡାକ୍ତର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବାମ ହାତ ପାପୁଲିରେ ସୁଇସାଇଡ୍‌ ନୋଟ୍‌ ଲେଖି ୨ ଜଣ ପୁଲିସଙ୍କ ବିରୋଧରେ ଦୁଷ୍କର୍ମ ଓମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।  ମହିଳା ଡାକ୍ତରଙ୍କ ଘର ବିଡ଼ ଜିଲ୍ଲାରେ ଏବଂ ଫଲଟନ ତହସିଲର ଏକ ସରକାରୀ ହସ୍ପିଟାଲରେ ତାଙ୍କର ପୋଷ୍ଟିଂ ହୋଇଥିଲା। ଗୁରୁବାର ମଧ୍ୟରାତ୍ରିରେ ଫଲଟନର ଏକ ହୋଟେଲ ରୁମ୍‌ରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।  ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ହାତରେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ସେ ଏସ୍‌ଆଇ ଗୋପାଳ ବଦାନେ ଏବଂ ଅନ୍ୟ ଜଣେ ପୁଲିସ କନେଷ୍ଟବଳ  ପ୍ରଶାନ୍ତ ବାଙ୍କରଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି।  ଏସ୍‌ଆଇ ଗୋପାଳ ତାଙ୍କୁ ଗତ ୫ ମାସ ମଧ୍ୟରେ ୪ ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି  ପ୍ରଶାନ୍ତ ବାଙ୍କର ଏହି ସମୟରେ ତାଙ୍କୁ ଭୀଷଣ ମାନସିକ ନିର୍ଯାତନା ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।  ଡାକ୍ତରଙ୍କ ମର ଶରୀର ମିଳିବା ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଉକ୍ତ ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ହାତ ପାପୁଲିରେ ଲେଖିଥିଲେ ସୁଇସାଇଡ୍‌ ନୋଟ୍‌

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି ସତରା ଜିଲ୍ଲା ଏସ୍‌ପି ତୁଷାର ଦୋଶୀ କହିଛନ୍ତି, ସତାରା ଜିଲ୍ଲା ପୁଲିସ ଏହି ଘଟଣାରେ ଏସ୍‌ଆଇ ଗୋପାଳ ବଦାନେ ଏବଂ ବାଙ୍କରଙ୍କ ବିରୋଧରେ ଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ଅଭିଯୋଗ ଦାଏର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ପୁଲିସ ସବ୍‌ଇନ୍ସପେକ୍ଟର ଓ କନେଷ୍ଟବଳଙ୍କୁ ଡ୍ୟୁଟିରୁ ନିଲମ୍ବନ କରାଯାଇଛି। ଫଲଟନ ଉପଜିଲ୍ଲା ହସ୍ପିଟାଲ୍‌ର ଏହି ମେଡିକାଲ ଅଫିସର୍‌ ପୂର୍ବରୁ ମଧ୍ୟ ଜୁନ୍‌ ୧୯ ତାରିଖରେ  ଡିଏସ୍‌ପିଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଆତ୍ମହତ୍ୟାର କିଛି ମାସ ପୂର୍ବରୁ ଡିଏସ୍‌ପିଙ୍କ ନିକଟକୁ ଲେଖିଥିବା ଚିଠିରେ ମହିଳା ଡାକ୍ତର ଜଣଙ୍କ ୨ ଜଣ ପୁଲିସଙ୍କ ବିରୋଧରେ ଅଭିଯୋଗ କରିଥିଲେ।  ସେ କହିଥିଲେ ଯେ ସେ ଅତ୍ୟନ୍ତ ଚାପରେ ଅଛନ୍ତି। ମିଥ୍ୟା ମେଡିକାଲ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଛି ଏବଂ ଲଗାତାର ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଉଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଚିଠିରେ ଦର୍ଶାଇଥିଲେ।  ମହାରାଷ୍ଟ୍ର ମହିଳା କମିସନ ମୁଖ୍ୟ ରୁପାଲି ଚକନକର ଉକ୍ତ ଘଟଣା ସଂକ୍ରାନ୍ତରେ କହିଛନ୍ତି ଯେ ଆମେ ପୁଲିସର ବର୍ବର କାର୍ଯ୍ୟକୁ କଡ଼ା ନିନ୍ଦା‌ କରୁଛୁ ଏବଂ ସତାରା ପୁଲିସ ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।  ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ସତରା ଏସ୍‌ପିଙ୍କ ସହ ଏନେଇ କଥା  ଆଲୋଚନା କରିଛନ୍ତି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe