ଫେଙ୍ଗଲ୍ କ୍ଷୟକ୍ଷତି: ମୋଦୀଙ୍କୁ ୨,୦୦୦ କୋଟି ସହାୟତା ମାଗିଲେ ଷ୍ଟାଲିନ୍

ବାତ୍ୟା ଫେଙ୍ଗଲ୍ ତାମିଲନାଡୁରେ ବ୍ୟାପକ କ୍ଷତିକ୍ଷତି ଘଟାଇଛି।ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ୨୦୦୦ କୋଟି ସହାୟତା ମାଗିଥିଲେ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ବିପର୍ଯ୍ୟୟ ପରେ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

WhatsApp Image 2024-12-03 at 8.08.13 PM

ଚେନ୍ନାଇ: ବାତ୍ୟା ଫେଙ୍ଗଲ୍ ତାମିଲନାଡୁରେ ବ୍ୟାପକ କ୍ଷତିକ୍ଷତି ଘଟାଇଛି।  ରାଜ୍ୟର ୧୪ଟି ଜିଲ୍ଲାକୁ ଏହା ପ୍ରଭାବିତ କରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ୨୦୦୦ କୋଟି ସହାୟତା ମାଗିଥିଲେ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଲିନ୍‌ଙ୍କୁ ବିପର୍ଯ୍ୟୟ ପରେ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

ଷ୍ଟାଲିନ୍ ସୋସିଆଲ ମିଡିଆରେ କହିଛନ୍ତି ଯେ, ସେ ପିଏମ ମୋଦୀଙ୍କ ସହ କଥା ହୋଇଛନ୍ତି ଏବଂ ତୁରନ୍ତ ରିଲିଫ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ବାତ୍ୟାର ପ୍ରଭାବ ଆକଳନ କରିବାକୁ ଏକ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ସୋମବାର ଦିନ ଷ୍ଟାଲିନ ପୁନରୁଦ୍ଧାର ଏବଂ ପୁନର୍ବାସ କାର୍ଯ୍ୟରେ ସହାୟତା କରିବା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ରୁ ୨,୦୦୦ କୋଟି ଟଙ୍କା ମାଗିଥିଲେ।

ସେ ଲେଖିଛନ୍ତି, ବାତ୍ୟା ଫେଙ୍ଗଲ୍ ତାମିଲନାଡୁର ୧୪ଟି ଜିଲ୍ଲାରେ ବିନାଶ ଘଟାଇବା ସହିତ ୧.୫ କୋଟି ଲୋକଙ୍କୁ ପ୍ରଭାବିତ କରିଛି। ୨.୧୧ ଲକ୍ଷ ହେକ୍ଟର ଚାଷ ଜମିରେ ଜଳମଗ୍ନ ହୋଇଛି। ବାତ୍ୟା ଯୋଗୁ ଭିତ୍ତିଭୂମିରେ ବଡ଼ ଧରଣର କ୍ଷୟକ୍ଷତି ଘଟିଛି।

ବିପର୍ଯ୍ୟୟର ମାତ୍ରାକୁ ଦୃଷ୍ଟିରେ ରଖି ମୁଁ ଜରୁରୀକାଳୀନ ପୁନରୁଦ୍ଧାର ଏବଂ ପୁନଃଥଇଥାନ କାର୍ଯ୍ୟରେ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଅନୁରୋଧ କରିଛି।

ବାତ୍ୟା ଏବଂ ଲଗାତାର ବର୍ଷା ଯୋଗୁ ଚାରିଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ଦୁଃଖର ବିଷୟ ହେଉଛି ତିରୁବନ୍ନାମାଲାଇ ଜିଲ୍ଲାରେ ଭୂସ୍ଖଳନ ଯୋଗୁ ପାଞ୍ଚ ପିଲାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ସିଏମ ଷ୍ଟାଲିନ୍ ଶୋକସନ୍ତପ୍ତ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ: ତ୍ରିରଙ୍ଗା ବାହାର କରି ଗୈରିକ ପତାକା ଉଡ଼ାଇଲେ ବିଜେପି ବିଧାୟକ: ଭିଡ଼ିଓ ଭାଇରାଲ

ବାତ୍ୟା ଫେଙ୍ଗଲ୍ ଦୁର୍ବଳ ହେବା ସହିତ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଜାରି ରହିଛି। ଏହି କାରଣରୁ ୧୫ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ 'ୟୋଲୋ ୱାର୍ଣ୍ଣିଂ ଜାରି କରିଛି। ପ୍ରଭାବିତ ଅଞ୍ଚଳରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା କାର୍ଯ୍ୟ କରୁଛି। ଏହି ଆହ୍ବାନମୂଳକ ସମୟରେ ତାମିଲନାଡୁକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ବାତ୍ୟା ଫେଙ୍ଗଲ୍ ଦ୍ୱାରା ହୋଇଥିବା ବିନାଶର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ନିଶ୍ଚିତ କରିଛନ୍ତି।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe