ଡିଏପି ସାର ଉପରେ ସବସିଡି ପରିମାଣ ବସ୍ତା ପିଛା ୧୨୦୦ ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର

Advertisment
ବର୍ଷା ପରେ ସାର ଅଭାବ: ରେକ୍‌ ପଏଣ୍ଟ ବନ୍ଦ ଯୋଗୁଁ ସାର ଯୋଗାଣ ବାଧାପ୍ରାପ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଡିଏପି ସାର ବସ୍ତା ପିଛା ସବସିଡି ପରିମାଣକୁ ୫୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳରେ ସବସିଡି ପରିମାଣରେ ୧୪୦% ବୃଦ୍ଧି ହୋଇଛି । ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯ଼ାଇଛି ।

ତେଣୁ ଅନ୍ତର୍ଜାତୀୟ ବଜାରରେ ଡିଏପି ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହା ଭାରତରେ ପୁରୁଣା ଦରରେ ବସ୍ତା ପିଛା ୧୨୦୦ ଟଙ୍କାରେ ବିକ୍ରି ହେବ । ଏହି ଦର ବୃଦ୍ଧିର ସମସ୍ତ ବ୍ୟୟ ଭାର କେନ୍ଦ୍ର ସରକାର ବହନ କରିବେ। ଏକକାଳୀନ ବସ୍ତା ପିଛା ଏତେ ପରିମାଣର ସବସିଡି ପୂର୍ବରୁ କେବେ ବୃଦ୍ଧି କରାଯାଇନଥିଲା।

ଗତବର୍ଷ ଡିଏପିର ବାସ୍ତବ ଦର ଗୋଟିଏ ବସ୍ତା ପିଛା ୧୭୦୦ ଟଙ୍କା ଥିଲା। ଏଥିରେ କେନ୍ଦ୍ର ସରକାର ଗୋଟିଏ ବସ୍ତା ପ୍ରତି ୫୦୦ ଟଙ୍କାର ସବସିଡି ଦେଉଥିଲେ। ତେଣୁ କମ୍ପାନୀଗୁଡ଼ିକ ଚାଷୀଙ୍କୁ ପ୍ରତି ବସ୍ତା ୧୨୦୦ ଟଙ୍କାରେ ସାର ବିକ୍ରି କରୁଥିଲେ।
ନିକଟରେ, ଡିଏପିରେ ବ୍ୟବହୃତ ହେଉଥିବା ଫୋସଫୋରିକ ଏସିଡ, ଆମୋନିଆ ଆଦିର ଅନ୍ତର୍ଜାତୀୟ ମୂଲ୍ୟ ୬୦% ରୁ ୭୦%କୁ ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ଡିଏପିର ବସ୍ତା ପିଛା ପ୍ରକୃତ ଦର ୨୪୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକୁ ସାର କମ୍ପାନୀମାନେ ୫୦୦ ଟଙ୍କା ସବସିଡିକୁ ବିଚାର କରି ୧୯୦୦ ଟଙ୍କାରେ ବିକ୍ରି କରିପାରିବେ। କିନ୍ତୁ ଆଜିର ନିଷ୍ପତ୍ତି ପରେ, ଚାଷୀମାନେ ଗୋଟିଏ ବସ୍ତା ଡିଏପି ସାର ୧୨୦୦ ଟଙ୍କାର ପୁରୁଣା ଦରରେ କିଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe