ସାର ସବ୍‌ସିଡି ୭୦୦ ଟଙ୍କା ବଢ଼ିଲା, ୧୨୦୦ ଟଙ୍କାରେ ମିଳିବ ଡିଏପି

Advertisment

ସରକାର ଅତିରିକ୍ତ ୧୪,୭୭୫ କୋଟି ବ୍ୟୟ କରିବେ

ସରକାର ଅତିରିକ୍ତ ୧୪,୭୭୫ କୋଟି ବ୍ୟୟ କରିବେ

ସାର ସବ୍‌ସିଡି ୭୦୦ ଟଙ୍କା ବଢ଼ିଲା, ୧୨୦୦ ଟଙ୍କାରେ ମିଳିବ ଡିଏପି

Fertilizer machine

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସାର ସବ୍‌ସିଡି ବୃଦ୍ଧି କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଏପି ସାର ଉପରେ ବସ୍ତା ପିଛା ଦିଆଯାଉଥିବା ସବ୍‌ସିଡି ରାଶି ୫୦୦ ଟଙ୍କାରୁ ବଢ଼ାଇ ୧୨୦୦ ଟଙ୍କା କରାଯାଇଛି। ଅର୍ଥାତ ଚାଷୀମାନେ ପୁରୁଣା ଦାମ୍ ୧୨୦୦ ଟଙ୍କାରେ ଏକ ବସ୍ତା ଡିଏପି ସାର ପାଇପାରିବେ।

ଫସଫରିକ୍ ଏସିଡ୍‌ ଓ ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ଯୋଗୁଁ ଆନ୍ତର୍ଜାତିକ ବଜାରରେ ସାର ମହଙ୍ଗା ହୋଇଛି। ଏହା ସତ୍ତ୍ବେ ଚାଷୀମାନଙ୍କୁ ପୁରୁଣା ଦାମ୍‌ରେ ଡିଏପି ସାର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଚାଷୀମାନେ ୨୪୦୦ ଟଙ୍କା ମୂଲ୍ୟର ଡିଏପି ସାରକୁ ୧୨୦୦ ଟଙ୍କାରେ କିଣିପାରିବେ। କେନ୍ଦ୍ର ସରକାର ସବ୍‌ସିଡି ରାଶିରେ ୧୪୦ ପ୍ରତିଶତ ବୃଦ୍ଧି କରିଥିବାରୁ ଏହା ସମ୍ଭବ ହେବ। ସାର ଦରରେ ଯେଉଁ ବୃଦ୍ଧି ଘଟିଛି ତାହାର ବୋଝକୁ ସରକାର ସମ୍ପୂର୍ଣ୍ଣ ବହନ କରିବେ। ଏହା ପୂର୍ବରୁ କେବେବି ଏକାଥରେ ସାର ସବ୍‌ସିଡି ପରିମାଣ ଏଭଳି ବୃଦ୍ଧି ହୋଇନଥିଲା। ଗତବର୍ଷ ଡିଏପି ସାର ବସ୍ତା ଦାମ୍ ୧୭୦୦ ଟଙ୍କା ଥିଲା। ସରକାର ତାହା ଉପରେ ୫୦୦ ଟଙ୍କାର ସବ୍‌ସିଡି ଦେଉଥିଲେ। ନିକଟ ଅତୀତରେ ବିଭିନ୍ନ ଉପାଦାନର ଦାମ୍ ବଢ଼ିବା ଯୋଗୁଁ ଡିଏପି ମୂଲ୍ୟ ୬୦-୭୦% ବୃଦ୍ଧି ପାଇ ୨୪୦୦ ଟଙ୍କା ‌ହୋଇଛି। ଏହା ଉପରେ ଯଦି ୫୦୦ ଟଙ୍କାର ସବ୍‌ସିଡି ଦିଆଯାଇଥାନ୍ତା ତେବେ ଚାଷୀମାନଙ୍କୁ ପ୍ରତି ବ୍ୟାଗ୍ ପାଇଁ ୧୯୦୦ ଟଙ୍କା ଗଣିବାକୁ ପଡ଼ିଥାନ୍ତା।

ଚାଷୀମାନଙ୍କୁ ଦରବୃଦ୍ଧିରୁ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସବ୍‌ସିଡି ବଢ଼ାଇବା ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ ରାସାୟନିକ ସାର ପାଇଁ ସରକାର ୮୦,୦୦୦ କୋଟି ଟଙ୍କାର ସବ୍‌ସିଡି ଦେଉଛନ୍ତି। ଏଥର କିନ୍ତୁ ଡିଏପି ପାଇଁ ସବ୍‌ସିଡି ରାଶି ବୃଦ୍ଧି କରାଯାଇଥିବାରୁ ଖରିଫ ଋତୁରେ ସରକାର ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ବ୍ୟୟ କରିବେ। ନିକଟାର ଅକ୍ଷୟ ତୃତୀୟାରେ କେନ୍ଦ୍ର ସରକାର ପିଏମ୍‌-କିସାନ ଖାତାରେ ୨୦,୬୬୭ କୋଟି ଟଙ୍କା ଜମା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe