Fertilizer subsidy: ରବି ପାଇଁ ୩୭,୫୯୨ କୋଟିର ସାର ସବ୍‌ସିଡି, ପୋଷକ ତତ୍ତ୍ବ ଆଧାରିତ ରିହାତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ‌ବୈଠକରେ ଫସ୍‌ଫେଟ୍‌ ଏବଂ ପଟାସ (ପିଆଣ୍ଡ୍‌କେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବ୍‌ସିଡି (ଏନ୍‌ବିଏସ୍‌) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।

infopedia_1728361327_Ashwini_Vaishnaw_1

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ‌ବୈଠକରେ ଫସ୍‌ଫେଟ୍‌ ଏବଂ ପଟାସ (ପିଆଣ୍ଡ୍‌କେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବ୍‌ସିଡି (ଏନ୍‌ବିଏସ୍‌) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।  ରବି ଋତୁ ପାଇଁ ଚଳିତ ବର୍ଷ ଅକ୍ଟୋବର ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସବସିଡି ଲାଗୁ ହେବ। ରବି ଋତୁ ପାଇଁ ଅସ୍ଥାୟୀ ବଜେଟ୍ ଆବଶ୍ୟକତା ପାଖାପାଖି ୩୭,୯୫୨.୨୯ କୋଟି ଟଙ୍କା ହେବ।

ଏହା ଖରିଫ ଋତୁ ପାଇଁ ବଜେଟ ଆବଶ୍ୟକତାଠାରୁ ୭୩୬ କୋଟି ଟଙ୍କା ଅଧିକ। ନାଇଟ୍ରୋଜେନ୍ ଉପରେ କେଜି ପିଛା ୪୩ ଟଙ୍କା ୨ ପଇସା, ଫସଫରସ୍‌ ଉପରେ ୪୭ ଟଙ୍କା ୯୬ ପଇସା, ପଟାସ ଉପରେ ୨ ଟଙ୍କା ୩୮ ପଇସା ଓ ସଲଫର୍‌ ଉପରେ ୨ ଟଙ୍କା ୮୭ ପଇସାର ସବ୍‌ସିଡି ମଞ୍ଜୁର କରାଯାଇଛି। ଡାଇ ଆମୋନିୟମ ଫସଫେଟ୍ (ଡିଏପି) ଏବଂ ଏନ୍‌ପିକେଏସ (ନାଇଟ୍ରୋଜେନ, ଫସ୍‌ଫରସ୍‌, ପଟାସ୍‌, ସଲ୍‌ଫର୍‌) ମାନ ସମେତ ପିଆଣ୍ଡ୍‌କେ ସାର ଉପରେ ସବ୍‌ସିଡି ଦରକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହାଫଳରେ ଚାଷୀମାନେ ଶସ୍ତାରେ ଏବଂ ସହଜରେ ଏହି ସାର ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe