ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ, ଏଲ୍‌ଟିସି କ୍ୟାସ୍ ଭାଉଚର୍

Advertisment
ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ, ଏଲ୍‌ଟିସି କ୍ୟାସ୍ ଭାଉଚର୍

Image Courtesy of Hindustan Times

ନୂଆଦିଲ୍ଲୀ: ଖାଉଟିମାନଙ୍କ ବ୍ୟୟକୁ ପ୍ରୋତ୍ସାହନ ଦେବା ଓ ଦେଶର ଅଭିବୃଦ୍ଧି ହାର ବଢ଼ାଇବା ନିମନ୍ତେ ସୋମବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଟି ଯୋଜନା ଘୋଷଣା କରିଛନ୍ତି। ଏଥିସହ ରାଜ୍ୟମାନଙ୍କର ପୁଞ୍ଜିଗତ ବ୍ୟୟକୁ ପ୍ରୋତ୍ସାହନ ଦେବାକୁ ସୀତାରମଣ ଅନ୍ୟ ଏକ ଯୋଜନା ମଧ୍ୟ ଘୋଷଣା କରିଛନ୍ତି।

ଖାଉଟିମାନଙ୍କର ଖର୍ଚ୍ଚ ବୃଦ୍ଧି କରିବାକୁ ସୀତାରମଣ ଘୋଷଣା କରିଥିବା ଯୋଜନା ଦୁଇଟି ହେଉଛି- ‘ଏଲ୍‌ଟିସି କ୍ୟାସ୍‌ ଭାଉଚର୍‌ ସ୍କିମ୍’ ଏବଂ ‘ସ୍ପେସାଲ୍ ଫେଷ୍ଟିଭାଲ୍‌ ଆଡ୍‌ଭାନ୍‌ସ୍ ସ୍କିମ୍’। ଏହି ଯୋଜନା ମୁଖ୍ୟତଃ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ହିତ ନିମନ୍ତେ ଉଦ୍ଦିଷ୍ଟ। ‘ଏଲ୍‌ଟିସି’ରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏକକାଳୀନ ଚାରିବର୍ଷ ଲାଗି ଯାତାୟାତ ସୁବିଧା ପାଇପାରିବେ। ଏହି ବ୍ୟବସ୍ଥାରୁ ଗୋଟିଏ‌ରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଭାରତର ଯେକୌଣସି ସ୍ଥାନକୁ ଯାତ୍ରା କରିପାରିବେ। ଅନ୍ୟ ଗୋଟିକରେ ନିଜ ବାସଗୃହ ଥିବା ଗୋଟିଏ ସହରକୁ କିଂବା ନିଜ ବାସଗୃହ ଥିବା ଦୁଇଟି ସହରକୁ ଯାତ୍ରା କରିପାରିବେ। ଏଥିନିମନ୍ତେ କର୍ମଚାରୀଙ୍କ ବେତନ ହାର ଅନୁଯାୟୀ ବିମାନ ଓ ରେଳ ଭଡ଼ା ଫେରସ୍ତ (ରିଇମ୍ବର୍ସ) କରାଯିବ। ଏହାସହ କର୍ମଚାରୀମାନେ ଚାହିଁଲେ ୧୦ ଦିନ ଛୁଟି ବିନିମୟରେ ବେତନ ମଧ୍ୟ ନେଇ ପାରିବେ।

publive-image Image Courtesy of India Today

ସୀତାରମଣ କହିଲେ, ଏହି ଯୋଜନାର ନୂଆ କଥାଟି ହେଲା କର୍ମଚାରୀମାନେ ଏବେ ସେମାନଙ୍କ ‘ଏଲ୍‌ଟିସି’କୁ ଭାଉଚର୍‌ କରି ନଗଦ ଅର୍ଥ ନେଇ ପାରିବେ। କୋଭିଡ୍-୧୯ ଯୋଗୁଁ କର୍ମଚାରୀମାନେ କୌଣସି ସ୍ଥାନକୁ ଯାତାୟାତ କରି ପାରୁ ନ ଥିବାରୁ ସେମାନେ ନିଜ ପସନ୍ଦ ମୁତାବକ ସାମଗ୍ରୀ କିଣିବାରେ ଏହି ଅର୍ଥ ବ୍ୟୟ କରିପାରିବେ। କିନ୍ତୁ, ସେମାନେ ଏହି ଅର୍ଥ ୧୨% କିଂବା ଅଧିକ ‘ଜିଏସ୍‌ଟି’ ପଡୁଥିବା ସାମଗ୍ରୀ ଉପରେ ହିଁ ବ୍ୟୟ କରିପାରିବେ। ଏହି ଖର୍ଚ୍ଚ କେବଳ ଜିଡିଟାଲ୍ ମାଧ୍ୟମରେ କରାଯାଇ ପାରିବ। ଏହି ଯୋଜନା ୨୦୨୧ ମାର୍ଚ ୩୧ ପର୍ଯ୍ୟନ୍ତ ବୈଧ୍ୟ ରହିବ।

ଏହାଛଡ଼ା ‘ସ୍ପେସାଲ୍ ଫେଷ୍ଟିଭାଲ୍‌ ଆଡ୍‌ଭାନ୍‌ସ୍ ସ୍କିମ୍’ ଯୋଜନାରେ ସରକାର ସମସ୍ତ କର୍ମଚାରୀଙ୍କୁ ପ୍ରିପେଡ୍‌ ରୁପେ କାର୍ଡରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି କାର୍ଡ ମଧ୍ୟ ୨୦୨୧ ମାର୍ଚ ପର୍ଯ୍ୟନ୍ତ ବୈଧ୍ୟ ରହିବ।

ଏଥିସହ ରାଜ୍ୟମାନଙ୍କର ପୁଞ୍ଜିଗତ ବ୍ୟୟକୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସରକାର ତିନୋଟି ଭାଗରେ ୫୦ ବର୍ଷ ନିମନ୍ତେ ସୁଧ-ମୁକ୍ତ ୧୨୦୦୦ କୋଟି ଟଙ୍କା ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe